ଦେଶ

ପାଲେଷ୍ଟାଇନ ସମର୍ଥନରେ ବ୍ୟାପକ ବିକ୍ଷୋଭ – Ibnodisha

[ad_1]

ନୂଆଦିଲ୍ଲୀ: ଶନିବାର ୱେଷ୍ଟ ବ୍ୟାଙ୍କ ଏବଂ ଅନେକ ମୁସଲମାନ ଓ ୟୁରୋପୀୟ ଦେଶ ଗାଜା ବାସିନ୍ଦାଙ୍କ ପ୍ରତି ସମର୍ଥନ ଜଣାଇ ପାଲେଷ୍ଟାଇନ ସମର୍ଥନରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୱେଷ୍ଟ ବ୍ୟାଙ୍କରେ ଅନେକ ବିକ୍ଷୋଭକାରୀ ହମାସ ପତାକା ଉତ୍ତୋଳନ କରିବା ସହ ବିଭିନ୍ନ ପାଲେଷ୍ଟାଇନ୍ ଗୋଷ୍ଠୀର ପ୍ରତିନିଧିତ୍ୱ କରୁଥିବା ବ୍ୟାନର ଉତ୍ତୋଳନ କରିଥିଲେ। ଜୋର୍ଡାନ ଏବଂ ଇରାକରେ ମଧ୍ୟ ସମାନ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବିକ୍ଷୋଭକାରୀମାନେ ‘ଅପରାଧରେ ଭାଗୀଦାର’ ପ୍ଲାକାର୍ଡ ଧରି ନେତାନ୍ୟାହୁ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ଏବଂ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଜୋ ବାଇଡେନଙ୍କୁ ‘ଯୁଦ୍ଧ ଅପରାଧୀ’ ବୋଲି ଦର୍ଶାଇଥିଲେ। ଫ୍ରାନ୍ସର ପ୍ୟାରିସରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ଏବଂ ପାଲେଷ୍ଟାଇନ୍ ସମର୍ଥକ ଆନ୍ଦୋଳନ ଉପରେ କଟକଣା ଉଲ୍ଲଂଘନ କରିଥିବାରୁ ଶତାଧିକ ଲୋକଙ୍କୁ ପୋଲିସ ଘେରାଉ କରିଥିଲା। ଲଣ୍ଡନ, ନରୱେ, ଇଟାଲି ଓ ସ୍ୱିଜରଲ୍ୟାଣ୍ଡରେ ମଧ୍ୟ ସମାନ ପ୍ରଦର୍ଶନ କରାଯାଇଥିଲା। ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆ ଓ ପାକିସ୍ତାନରେ ମଧ୍ୟ ସମାନ ଆଲୋଡ଼ନ ସୃଷ୍ଟି ହୋଇଛି। ଇସ୍ରାଏଲ ଓ ହମାସ ମଧ୍ୟରେ ଶନିବାର ମଧ୍ୟ କତର ନେତୃତ୍ବରେ ଆଲୋଚନା ଜାରି ରହିଛି। କିଛି କୌଣସି ସୁଫଳ ମିଳିନାହିଁ।
ଗାଜାପଟିରେ ହମାସ ବିରୋଧରେ ଇସ୍ରାଏଲର ପ୍ରତିଆକ୍ରମଣକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାୟିପ ଏର୍ଡୋଗାନ୍ କଡ଼ା ସମାଲୋଚନା କରିବା ସହ ଏକ ବିଶାଳ ରୢାଲିରେ ଉଦ୍‌ବୋଧନନ ଦେଇ ‘ଆମେ ବି ପ୍ରସ୍ତୁତି ଚଳାଇଛୁ’ ବୋଲି କହିଛନ୍ତି। ଏହାପରେ ଇସ୍ରାଏଲ ତୁର୍କୀରୁ ନିଜର କୂଟନୈତିକ କର୍ମଚାରୀଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଇସ୍ରାଏଲ ବିରୋଧୀ ରାଲିରେ ଏର୍ଡୋଗାନ ଇସ୍ରାଏଲକୁ ‘ଯୁଦ୍ଧ ଅପରାଧୀ’ ଏବଂ ‘ଦଖଲକାରୀ’ ବୋଲି ଅଭିହିତ କରିବା ସହ ହମାସ ଏକ ଆତଙ୍କବାଦୀ ସଂଗଠନ ନୁହେଁ ବୋଲି ଦୋହରାଇଥିଲେ। ଇସ୍ରାଏଲକୁ ପାଶ୍ଚାତ୍ୟ ଦେଶଗୁଡ଼ିକର ନିଃସର୍ତ୍ତ ସମର୍ଥନକୁ ମଧ୍ୟ ତୁର୍କୀ ରାଷ୍ଟ୍ରପତି ସମାଲୋଚନା କରିଛନ୍ତି। ୨୦୨୨ରେ ଦୂତ ନିଯୁକ୍ତି ପାଇଁ ରାଜି ହେବା ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ ଅର୍ଥନୈତିକ ସମ୍ପର୍କରେ ସୁଧାର ପାଇଁ ଚାଲିଥିବା ପ୍ରୟାସକୁ ଏହା ଏକ ଝଟକା।
ଅନ୍ୟପକ୍ଷରେ ହମାସର ଉପମୁଖ୍ୟ ସାଲେହ ଅଲ-ଆରୁରି ଶନିବାର ବେରୁତରେ ଲେବାନନ ସଂସଦର ବାଚସ୍ପତି ନାବିହ ବେରିଙ୍କୁ ଭେଟିଛନ୍ତି। ହମାସ ନେତାଙ୍କ ସହ ଆତଙ୍କବାଦୀ ସଂଗଠନର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ବୋଲି ଟାଇମ୍ସ ଅଫ୍ ଇସ୍ରାଏଲ ରିପୋର୍ଟ କରିଛି। ସେମାନେ ଇସ୍ରାଏଲ ସହ ଚାଲିଥିବା ଯୁଦ୍ଧ ଏବଂ ଗାଜାରେ ମାନବିକ ସାହାଯ୍ୟ ଯୋଗାଉଥିବା ଗାଡ଼ିମାଳାକୁ ଅନୁମତି ଦେବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ। ଅକ୍ଟୋବର ୭ରେ ଇସ୍ରାଏଲ ବିରୋଧରେ ଆକ୍ରମଣ କରିଥିବାରୁ ବେରି ହମାସକୁ ଅଭିନନ୍ଦନ ଜଣାଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button