ଦେଶ

ସେନା ବନାମ ସେନା: ବାଚସ୍ପତିଙ୍କୁ ଡିସେମ୍ବର ୩୧ ଯାଏ ସମୟ ଦେଲେ ସୁପ୍ରିମକୋର୍ଟ – Ibnodisha

[ad_1]

ନୂଆଦିଲ୍ଲୀ: ଶିବସେନା ବନାମ ଶିବସେନା। ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟ କଡା ନିର୍ଦ୍ଦେଶ ନେଇଛନ୍ତି। ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ନେବାକୁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ବେକରଙ୍କୁ ଆସନ୍ତା ଡିସେମ୍ବର ୩୧ ଯାଏ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ।
ପୂର୍ବରୁ ସୁପ୍ରିମକୋର୍ଟ ବାରମ୍ବାର ଏହି ମାମଲାରେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ। ଏଥିପାଇଁ ସେପ୍ଟେମ୍ବର ୧୮ ତାରିଖ ଯାଏଁ ବାଚସ୍ପତିକୁ ସମୟ ଦେଇଥିଲେ ସର୍ବୋଚ୍ଚ ଅଦାଲତ। କିନ୍ତୁ ବାଚସ୍ପତି କୌଣସି ନିଷ୍ପତ୍ତି ନେଇନଥିଲେ। ତେଣୁ ବାଧ୍ୟ ହୋଇ ଆଜି ସୁପ୍ରିମକୋର୍ଟ କଡା ଭାଷାରେ ପୁଣି ଥରେ ଏହି ଆବେଦନ ଉପରେ ତୁରନ୍ତ ନିଷ୍ପିତ୍ତି ନେବା ପାଇଁ ବାଚସ୍ପତିକୁ ସମୟ ଦେଇଛନ୍ତି।
କୋର୍ଟ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନ ଯାଏଁ ଏହି ମାମଲା ଝୁଲି ରହୁ ବୋଲି ଆମେ ଚାହୁଁନୁ। ଏହି ଅଯୋଗ୍ୟତା ଆବେଦନକୁ ପ୍ରଭାବହୀନ କରିବାକୁ ଚେଷ୍ଟା କରାଯାଉଥିବା ଭଳି ମନେ ହେଉଛି। ଯଦି ଆପଣ ନିଷ୍ପିତ୍ତି ନେଇ ପାରୁନାହାନ୍ତି ତେବେ ଆମେ ଏହି ଆବେଦନର ଶୁଣାଣି କରିଦେବୁ ବୋଲି କୋର୍ଟ ବାଚସ୍ପତିଙ୍କୁ କହିଛନ୍ତି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଶିବସେନା(ୟୁବିଟି)ର ଉଦ୍ଧବ ବାଲାସାହେବ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ଶିବସେନା କାହାର ତାକୁ ନେଇ ଦୀର୍ଘ ଦିନ ହେବ ଛକାପଞ୍ଝା ଲାଗିଛି। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଆବେଦନ ମଧ୍ୟ ହୋଇଛି। ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ୩୩ ବିଧାୟକଙ୍କ ବିରୋଧରେ ଆସିଥିବା ଅଯୋଗ୍ୟତା ଆବେଦନ ଉପରେ ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏଥିସହ ଏନ୍‌ସିପି ମାମଲାରେ ୩୧ ଜାନୁଆରୀ ଭିତରେ ନିଷ୍ପତ୍ତି ନେବାକୁ ବାଚସ୍ପତିଙ୍କୁ ସମୟ ଦେଇଛନ୍ତି କୋର୍ଟ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button