ଦେଶ

ସ୍କଟଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ – Ibnodisha

[ad_1]

ନୂଆଦିଲ୍ଲୀ : ବ୍ରିଟେନରେ ପୁଣି ଥରେ ଖଲିସ୍ତାନୀ ସମର୍ଥକଙ୍କ ଆତଙ୍କ ଦେଖିବାକୁ ମିଳିଛି । ବ୍ରିଟେନରେ ଥିବା ଭାରତର ରାଷ୍ଟ୍ରଦୂତ ବିକ୍ରମ ଦୋରଇସ୍ୱାମୀ ଶୁକ୍ରବାର ସ୍କଟଲାଣ୍ଡର ଗୁରୁଦ୍ୱାର ଯାଉଥିବା ବେଳେ ଖଲିସ୍ତାନୀ ସମର୍ଥକ ତାଙ୍କୁ ଅଟକାଇଥିଲେ । ଭାରତର ରାଷ୍ଟ୍ରଦୂତଙ୍କୁ କାରରୁ ଓହ୍ଲାଇବାକୁ ଦେଇ ନଥିଲେ ଖଲିସ୍ତାନୀ ସମର୍ଥକ । ସୂଚନା ଅନୁସାରେ, ଭାରତୀୟ ରାଷ୍ଟ୍ରଦୂତଙ୍କ ଗ୍ଲାସଗୋ ଗୁରୁଦ୍ୱାର ଗସ୍ତ ଓ ଗୁରୁଦ୍ୱାର କମିଟି ସହ ବୈଠକ ନେଇ ଆଗୁଆ ଖବର ପାଇଥିଲେ ଖଲିସ୍ତାନୀ ସମର୍ଥକ । ବିକ୍ରମ ଦୋରଇସ୍ୱାମୀ ଯାଉଥିବା ବେଳେ ଖଲିସ୍ତାନୀ ସମର୍ଥକ ତାଙ୍କୁ ଅଟକାଇ ଗାଡ଼ିରୁ ଓହ୍ଲାଇବାକୁ ଦେଇ ନଥିଲେ ।

କହିଥିଲେ, ୟୁକେର ଗୁରୁଦ୍ୱାରକୁ ଭାରତୀୟ ଅଧିକାରୀଙ୍କୁ ସ୍ୱାଗତ କରାଯିବ ନାହିଁ । ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ କାନାଡ଼ା ସହ ଭାରତର ସମ୍ପର୍କ ଖରାପ ହୋଇଛି । ନିଜ୍ଜର ହତ୍ୟା ପରେ ବ୍ରିଟିଶ ଖଲିସ୍ତାନୀଙ୍କୁ ଟାର୍ଗେଟ୍ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହଫଳରେ ସେମାନେ ସ୍କଟଲାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅକଟାଇଛନ୍ତି । ତେବେ ପ୍ରଥମଥର ପାଇଁ ବ୍ରିଟେନରେ ଖଲିସ୍ତାନୀ ସମର୍ଥକ ଏଭଳି ଉଦ୍ୟମ କରି ନାହାନ୍ତି ।

ଏହା ପୂର୍ବରୁ ଅନେକ ଥର ବ୍ରିଟିଶ ଖଲିସ୍ତାନୀଙ୍କ ଏଭଳି କାର୍ଯ୍ୟ ଦେଖିବାକୁ ମିଳିଛି । ଗତ ମାର୍ଚ୍ଚ ମାସରେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା । ଖଲିସ୍ତାନୀ ସମର୍ଥକ ଭାରତର ଦୂତାବାସରୁ ତ୍ରିରଙ୍ଗା କାଢ଼ି ଦେଇ ଖଲିସ୍ତାନୀ ପତାକା ଲଗାଇବାକୁ ଉଦ୍ୟମ କରିଥିଲେ । ସେପ୍ଟେମ୍ବର ୧୮ରେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଆତଙ୍କୀ ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ । କାନାଡ଼ାର ଅଭିଯୋଗକୁ ଭାରତ ଅଗ୍ରାହ୍ୟ କରିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button