ଦେଶ

ଟେକ୍ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି କଂଗ୍ରେସ: ପ୍ରଧାନମନ୍ତ୍ରୀ – Ibnodisha

[ad_1]

ବାଙ୍ଗାଲୁର : କିଛି ସପ୍ତାହ ତଳେ ଜଳ ସଙ୍କଟକୁ ନେଇ ବାଙ୍ଗାଲୁର ଚର୍ଚ୍ଚାରେ ରହିଥିଲା। ସହରର ଲୋକେ ବାଲ୍‌ଟି ଓ ଅନ୍ୟାନ୍ୟ ପାତ୍ର ଧରି ପାଣି ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ଆଉ ଏହାକୁ ନେଇ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର କଂଗ୍ରେସ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ଟେକ୍‌ ସିଟିକୁ ଟ୍ୟାଙ୍କର ସିଟିରେ ପରିଣତ କରି ଦେଇଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପାଲଟା ଆକ୍ରମଣ କରି କହିଛନ୍ତି ଯେ ଯେତେବେଳେ ରାଜ୍ୟ ବନ୍ୟା ଓ ମରୁଡ଼ି ସଙ୍କଟ ଦେଇ ଗତି କରୁଥିଲା ସେତେବେଳେ ପ୍ରଧାନମନ୍ତ୍ରୀ କେଉଁଠି ଥିଲେ।

ବାଙ୍ଗାଲୁରରେ ଥିବା ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୬ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତା’ ପୂର୍ବରୁ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ରାଜ୍ୟକୁ ଗ୍ରୀନ୍ ଏନର୍ଜି ହବ୍‌, ଫାର୍ମା ହବ୍‌, ଇଲେକ୍ଟ୍ରୋନିକ୍‌ସ ହବ୍, ଇଲେକ୍ଟ୍ରିକାଲ୍ ଭେଇକଲ ହବ୍, ସେମିକଣ୍ଡକ୍ଟର ହବ୍ ଓ ଗ୍ଲୋବାଲ୍ ଇନୋଭେସନ୍ ହବ୍‌ କରିବାକୁ ଚାହୁଁଛନ୍ତି। ଫଳରେ ଭାରତ ଗ୍ଲୋବାଲ୍ ଇକୋନୋମୀ ହବ୍‌ରେ ପରିଣତ ହୋଇପାରିବ। କିନ୍ତୁ କଂଗ୍ରେସ ଓ ଇଣ୍ଡି ମେଣ୍ଟର ନେତାମାନେ କହୁଛନ୍ତି ଯେ ସେମାନେ ମୋଦିଙ୍କୁ ହଟାଇ ଦେବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୋଦି ଗ୍ୟାରେଣ୍ଟି ଯୋଗୁ ୫ଜି ପରେ ଏବେ ଦେଶରେ ୬ଜି ଆସିବାକୁ ଯାଉଛି। କିନ୍ତୁ ସେମାନେ କହୁଛନ୍ତି ମୋଦିଙ୍କୁ ହଟାଇ ଦେବେ। ଏହା ହେଉଛି ମୋଦି ଗ୍ୟାରେଣ୍ଟି ଯାହା ଚନ୍ଦ୍ରଯାନ ପରେ ଗଗନଯାନ ଭାରତକୁ ଗୌରବାନ୍ୱିତ କରିବ। କିନ୍ତୁ ସେମାନେ କହୁଛନ୍ତି ମୋଦିଙ୍କୁ ହଟାଅ। କଂଗ୍ରେସ ଯୁବ ବିରୋଧୀ। କାରଣ ଏହି ଦଳ ନିବେଶ ବିରୋଧୀ ଓ ଶିଳ୍ପ ବିରୋଧୀ। ମିଶନ ୨୦୪୭ ପାଇଁ ସେ ଦିନ ରାତି ୨୪ ଘଣ୍ଟା କାମ କରୁଛନ୍ତି ବୋଲି କହୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button