ଦେଶ

ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ଦିଲ୍ଲୀ:IBN ଓଡିଶା:-ଭାରତୀୟ ମୁଦ୍ରାରେ ଶ୍ରୀ ଗଣେଶ ଓ ଶ୍ରୀ ଲକ୍ଷ୍ମୀଙ୍କ ଫଟୋ ରଖିବା ପାଇଁ ଅନୁରୋଧ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ଼୍ବାଲ । ନୂଆ ଛପା ଯାଉଥିବା ଟଙ୍କା ଉପରେ ଗାନ୍ଧିଜୀଙ୍କ ଫଟୋ ସହ ଗଣେଣ ଓ ଲକ୍ଷ୍ମୀଙ୍କ ଫଟୋକୁ ସ୍ଥାନ ଦେବାକୁ ସେ ଅନୁରୋଧ କରିଛନ୍ତି । ଆସନ୍ତାକାଲି ଏନେଇ ସେ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇବେ । ଇଣ୍ଡୋନେସିଆର ମୁଦ୍ରାରେ ଯଦି ଗଣେଶଙ୍କ ଫଟୋ ସ୍ଥାନ ପାଇଛି, ତେବେ ଭାରତରେ ମଧ୍ୟ ସ୍ଥାନ ପାଇ ପାରିବ । ଦେଶର ଆର୍ଥିକ ଅବସ୍ଥାକୁ ସୁଧାର ଆଣିବା ପାଇଁ ଭଗବାନଙ୍କ ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି କ୍ରେଜ୍ରିଓ଼୍ବାଲ କହିଛନ୍ତି ।

ଏକ ପ୍ରେସ ମିଟରେ କେନ୍ଦ୍ର ସରକାରଙ୍କୁ ଅପିଲ କରି କେଜ୍ରିୱାଲ କହିଛନ୍ତି, ଆମେ ସମସ୍ତେ ଚାହୁଁଛୁ ଭାରତ ବିକଶିତ ଦେଶ ହେଉ। ଭାରତ ଏକ ଧନୀ ଦେଶର ପରିଚୟ ପାଉ। ପ୍ରତ୍ୟେକଟି ପରିବାର ଧନୀ ପରିବାର ହେଉ। ଏଥିପାଇଁ ଅନେକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।  ଆମେ ଦେଖିଛୁ, ଯେଉଁ ଲୋକ ବ୍ୟବସାୟ କରନ୍ତି, ସେଠାରେ ସେମାନେ ଲକ୍ଷ୍ମୀ ଗଣେଶଙ୍କ ଚିତ୍ର ଲଗାଇ ରଖିଥାନ୍ତି। ତେଣୁ ଆମ କରେନ୍ସିର ଗୋଟିଏ ପଟରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ରଖାଯାଉ। ଏହା ଦ୍ୱାରା ପୂରା ଦେଶ ଉପରେ ମ’ ଲକ୍ଷ୍ମୀ  ଏବଂ ଗଣେଶଙ୍କ ଆର୍ଶୀବାଦ ରହିବ।
ସେ ଆହୁରି କହିଛନ୍ତି, ଭାରତୀୟ ମୁଦ୍ରାରେ ଥିବା ଗାନ୍ଧିଙ୍କ ଫଟୋ ଥାଉ। କିନ୍ତୁ ଯେ କୌଣସି ଗୋଟିଏ ପଟରେ ଲକ୍ଷ୍ମୀ ସରସ୍ୱତୀଙ୍କ ଫଟୋ  ଲଗାଯାଉ । କାରଣ ଲକ୍ଷ୍ମୀ ସମୃଦ୍ଧିର ଦେବୀ ଏବଂ ଗଣେଶ ଆମର ସବୁ ବିଘ୍ନ ଦୂର କରିଥାନ୍ତି। ତେଣୁ ଏହି ଦୁଇ ଦେବଦେବୀଙ୍କ ଫଟୋ ଇଣ୍ଡିଆନ କରେନ୍ସିରେ ଲଗାଯିବା ଉଚିତ। ତେବେ କେଜ୍ରିୱାଲ ପୁରା ନୋଟକୁ ବଦଳାଇବା ପାଇଁ କହି ନାହାନ୍ତି। ଯେଉଁ ନୋଟ ନୂଆ ଛପାଯାଉଛି ସେଥିରୁ ହିଁ ଆରମ୍ଭ କରିବାକୁ  ସେ ଅନୁରୋଧ କରିଛନ୍ତି।ସେ ଆହୁରି କହିଛନ୍ତି ଯଦି ଇଣ୍ଡୋନେସିଆ ଏକ ମୁସ୍‌ଲିମ ଦେଶ। ୮୫ ପ୍ରତିଶତରୁ ଅଧିକ ଲୋକ ମୁସ୍‌ଲିମ ଏବଂ ୨ ପ୍ରତିଶତ ହିନ୍ଦୁ।  ତଥାପି ସେଠିକାର ମୁଦ୍ରାରେ  ଗଣେଶଙ୍କ ମୂର୍ତ୍ତି ରହିପାରୁଛି। ତେଣୁ ଆମ କରେନ୍ସିରେ ମଧ୍ୟ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଲଗାଯିବା ଉଚିତ ବୋଲି ସେ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button