ଦେଶ

ଭାରତ ମହାସାଗରେ ଏକ ଜାହାଜ ଉପରେ ଡ୍ରୋନ ଷ୍ଟ୍ରାଇକ – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ମହାସାଗରରେ ଏକ କାର୍ଗୋ ଜାହାଜକୁ ଡ୍ରୋନ ଆକ୍ରମଣ କରାଯାଇଛି । ହାଜାଜଟି ଇସ୍ରାଏଲର ବୋଲି କୁହାଯାଉଛି । କ୍ଷୟକ୍ଷତି ନେଇ ସୂଚନା ସ୍ପଷ୍ଟ ହୋଇପାରିନି । ଡ୍ରୋନ ଆକ୍ରମଣ ହେବା ପରେ ଜାହାଜର କିଛି ଅଂଶରେ ବିସ୍ଫୋରଣ ହେବା ସହ ନିଆଁ ମଧ୍ୟ ଲାଗିଯାଇଛି । ହେଲେ କେହି ମୃତାହତ ନେଇ ସୂଚନା ନାହିଁ । ଆକ୍ରମଣ ହୋଇଥିବା ନେଇ ବ୍ରିିଟିଶ ମାରିଟାଇନ ଏଜେନ୍ସି ସମେତ ଏକାଧିକ ଅନ୍ତର୍ଜାତୀୟ ସାମୁଦ୍ରିକ ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ଓ ଅନ୍ୟ କିଛି ସାମୁଦ୍ରିକ ଏଜେନ୍ସିଙ୍କ ସୂଚନା ଅନୁସାରେ, ଏହି ଜାହାଜଟି ଏକ ତୈଳ ଟ୍ୟାଙ୍କର । ଏହା ଲିବେରିଆ ମାଲିକାନାରେ ଥିବା ବେଳେ ଇସ୍ରାଏଲ ସହ ଅନୁବନ୍ଧିତ ଥିଲା । ଆଜି ଏହା ଭାରତ ମହାସାଗରେ ଯାତ୍ରା କରୁଥିବା ଡ୍ରୋନ ସାହାଯ୍ୟରେ ଏହି ଆକ୍ରମଣ କରାଯାଇଛି । ବ୍ରିଟେନ ମାରିଟାଇନ ଟ୍ରେଡ ଅପରେସନ ସଂସ୍ଥା ପକ୍ଷରୁ ଏହା ଏକ ଡ୍ରୋନ ଷ୍ଟ୍ରାଇକ ଥିବା କୁହାଯାଇଛି । ଜାହାଜ ସମ୍ପର୍କରେ ଇସ୍ରାଏଲ କିମ୍ବା ଲିବେରିଆ କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ଏକାଧିକ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଆରମ୍ଭ କରିଛନ୍ତି ।

ଯାହାଜରେ କେତେ ନାବିକ ଓ ଅନ୍ୟ କର୍ମଚାରୀ ଥିଲେ ସେ ନେଇ କିଛି ସ୍ପଷ୍ଟ ହୋଇନି । ଚଳିତମାସ ୧୫ ତାରିଖରେ ଆରବ ସାଗରରେ ଏମଭି ରୁଏନ ନାମକ ଏକ ଜାହାଜକୁ ଜଳଦସ୍ୟୁମାନେ ଅପରହଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏହି ଜାହାଜଟି ଉରୋପୀୟ ଦେଶ ମାଲତାର ଥିଲା । ୧୮ କ୍ର‌୍ୟୁ ସଦସ୍ୟଙ୍କ ସହ ଯାତ୍ରା କରୁଥିବା ଏହି ପଣ୍ୟବାହୀ ଜାହାଜଟି ସୋମାଲିଆ ଉପକୂଳକୁ ଅଗ୍ରସର ହେଉଥିବା ବେଳେ ୧୪ ତାରିଖରେ କିଛି ଦୁର୍ବୃତ୍ତ ଏହାକୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା । ୧୫ ତାରିଖ ପୂର୍ବାହ୍ନରେ ଉକ୍ତ ଜାହାଜର କ୍ର‌୍ୟୁ ସଦସ୍ୟ ସହୟତା ପାଇଁ ଆରବ ସାଗରରେ ନିୟୋଜିତ ଥିବା ଭାରତୀୟ ନୌସେନା ସହ ଯୋଗାଯୋଗ କରିଥିଲେ । ଭାରତ ପକ୍ଷରୁ ଏକ ଯୁଦ୍ଧ ଜାହାଜ ଓ ବିମାନ ତୁରନ୍ତ ଅପରେସନ ଆରମ୍ଭ କରି ସମ୍ପୃକ୍ତ ହାଜାହକୁ ଚିହ୍ନଟ କରିବା ସହ ସମୁଦ୍ର ମଧ୍ୟରେ ଏହାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ଏବେ ପୁଣି ଆରବ ସାଗରେ ଜାହାଜରେ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button