ମା ହେବାକୁ ଯାଉଛନ୍ତି ଅଭିନେତ୍ରୀ କ୍ରିଷ୍ଣା ମୁର୍ଖାଜୀ – Ibnodisha

[ad_1]
ମୁମ୍ଵାଇ : ଟେଲି ଜଗତର ପପୁଲାର ଅଭିନେତ୍ରୀ କ୍ରିଷ୍ଣା ମୁର୍ଖାଜୀ । ୟେ ହୈ ମହୋବତେ ସିରିଏଲ୍ରୁ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ। ମାର୍ଚ୍ଚ ୨୦୨୩ରେ ବୟଫ୍ରେଣ୍ଡ ଚିରାଗଙ୍କୁ ବିବାହ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ହେଲେ ଏବେ ତାଙ୍କର ଏମିତି କିଛି ଫଟୋ ସାମ୍ନାକୁ ଆସିଛି । ଯାହା ପ୍ରଂଶସକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି
ନିକଟରେ କ୍ରିଷ୍ଣା ବିବାହର ୧୦ ମାସରେ ସେ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ୍ ଦେଇଛନ୍ତି । ଅଭିନେତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କର ବେବି ବମ୍ପ ଦେଖିବାକୁ ମିଳିଛି । ଫଟୋରେ ଅଭିନେତ୍ରୀ ବ୍ଲୁ ଫ୍ଲୋରାଲ ପ୍ରିଣ୍ଟେଡ୍ ମିନି ଡ୍ରେସ୍ ପିନ୍ଧିଥିବା ବେଳେ କୁଲ୍ ଲୁକ୍ରେ ନଜର ଆସିଥିଲେ । ଯେଉଁଭଳି ଭାବରେ କ୍ରିଷ୍ଣା ପୋଜ୍ ଦେଉଥିଲେ ସବୁ ଫ୍ୟାନ୍ସ ତାଙ୍କୁ ପଚାରୁଛନ୍ତି କି କଣ ସେ ପ୍ରେଗନେଣ୍ଟ ଅଛନ୍ତି କି ?
ହେଲେ ଏବେ ଯାଏଁ ଅଭିନେତ୍ରୀ କି ତାଙ୍କ ସ୍ଵାମୀଙ୍କ ଠାରୁ କୌଣସି ସୂଚନା ମିଳି ନାହିଁ । କହିବାକୁ ଗଲେ ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ । ପରେ ସେମାନଙ୍କର ହନିମୁନ୍ର ଫଟୋ ଇଣ୍ଟରନେଟ୍ରେ ଭାଇରାଲ ହୋଇଥିଲା। କିନ୍ତୁ ବର୍ତ୍ତମାନ ଫ୍ୟାନ୍ସ ତାଙ୍କ ଖୁସି ଖବରକୁ ଅପେକ୍ଷା କରିଛନ୍ତି ।
[ad_2]