ଦେଶ

ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କଲେ ନିର୍ବାଚନ କମିଶନ – Ibnodisha

[ad_1]

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଇଲେକ୍ଟୋରାଲ୍‌‌ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଷ୍ଟେଟ୍‌‌ ବ୍ୟାଙ୍କ ଦାଖଲ କରିଥିବା ଡାଟା ଇଲେକ୍ସନ କମିଶନ ଅଫିସିଆଲ ୱେବସାଇଟରେ ଅପଲୋଡ୍‌‌ ହୋଇଛି। ଦୁଇଟି ପିଡିଏଫରୁ ଗୋଟିଏରେ ଇଲେକ୍ଟୋରାଲ ବଣ୍ଡର ମୂଲ୍ୟ, କ୍ରେତା ଏବଂ କ୍ରୟ ତାରିଖ ରହିଥିବା ବେଳେ ଅନ୍ୟଟିରେ ଦଳରେ ନାଁ, ତାରିଖ ଓ ମୂଲ୍ୟ ଉଲ୍ଲେଖ ରହିଛି। ୩୩୭ ଓ ୪୨୬ ପୃଷ୍ଠାର ଦୁଇଟି ପିଡିଏଫ ରହିଛି। ପ୍ରଥମ ଭାଗ ୩୩୭ ପୃଷ୍ଠା ବିଶିଷ୍ଠ ପ୍ରଥମ ଭାଗ ରିପୋର୍ଟରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୧୧ ପର୍ୟ୍ୟନ୍ତ କିଏ ନିର୍ବାଚନୀ ବଣ୍ଡ କିଣିଛି ତାହାର ତଥ୍ୟ ଦର୍ଶାଯାଇଛି। ଦ୍ୱିତୀୟ ଭାଗରେ ୪୨୬ ପୃଷ୍ଠାର ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହି ଭାଗରେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରୀ ୨୪ ପର୍ୟ୍ୟନ୍ତ ରାଜନୈତିକ ଦଳ ଗୁଡିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦିଆଯାଇଛି। ସୂଚନା ଅନୁସାରେ ଫ୍ୟୁଚର ଗେମିଂ ଆଣ୍ଡ ହୋଟେଲ ସର୍ଭିସେସ୍‌‌ ସବୁଠୁ ଅଧିକ ଟଙ୍କା ଦାନ କରିଛି। ତାମିଲନାଡୁ କୋଏମ୍ବଟୁର ସ୍ଥିତ ଏହି କମ୍ପାନୀ ୧ହଜାର ୩୬୮କୋଟି ଟଙ୍କା ଦେଇଛି। ଏହି କମ୍ପାନୀର ମାଲିକ ହେଉଛନ୍ତି ଭାରତର ଲଟେରି କିଙ୍ଗ କୁହାଯାଉଥିବା ସାଣ୍ଟିଆଗୋ ମାର୍ଟିନ। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟକ୍‌‌ଚର ଲିମିଟେଡ୍‌‌, କମ୍ପାନୀ ୯୬୬କୋଟି ଦାନ କରିଛି। ସେହିପରି ୪୧୦ କୋଟି ଦାନ କରିଛି କ୍ୱିକ୍‌‌ ସପ୍ଲାଏ ଚେନ୍‌‌ ପ୍ରାଇଭେଟ୍‌‌ ଲିମିଟେଡ, ବେଦାନ୍ତ ୪ଶହ କୋଟି ଦାନ କରିଛି। ଦାତା ସଂସ୍ଥା ତାଲିକାରେ ଆପୋଲୋ ଟାୟାର୍ସ, ଲକ୍ଷ୍ମୀ ନିର୍ବାସ ମିତ୍ତଲ, ଏଡିଲୁଇସ୍‌‌, ପିଭିଆର୍‌‌ ପ୍ରମୁଖ ରହିଛନ୍ତି। ବିଜେପି, କଂଗ୍ରେସ, ବିଜେଡି, ଏଆଇଏଡିଏମକେ, ବିଆରଏସ୍‌‌, ଶିବସେନା, ଟିଡିପି, ୱାଇଏସଆର କଂଗ୍ରେସ ଭଳି ଅନେକ ରାଜନୈତିକ ଦଳ ଏହି କମ୍ପାନୀଙ୍କ ଠାରୁ କୋଟି କୋଟି ଟଙ୍କାର ପାଣ୍ଠି ପାଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button