ଦେଶ

କଣ ପାଇଁ ପାଳନ କରାଯାଏ ରକ୍ଷା ବନ୍ଧନ ଆସନ୍ତୁ ଜାଣିବା…. – Ibnodisha

[ad_1]

ତେବେ ରକ୍ଷା ବନ୍ଧନକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି। ତନ୍ମଧ୍ୟରେ ଅସୁର ସମ୍ରାଟ ବଳିଙ୍କ ସହ ମା’ ଲକ୍ଷ୍ମୀ ଏବଂ ଶ୍ରୀକୃଷ୍ଣ ସହ ଦ୍ରୌପଦୀଙ୍କ କାହାଣୀ ବେଶ୍ ଲୋକପ୍ରିୟ। ଅସୁର ସମ୍ରାଟ ବଳି, ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ବଳିଙ୍କଠାରୁ ତିନିପାଦ ଭୂମି ମାଗିବା ପରେ ବଳିଙ୍କ ଅନୁରୋଧକ୍ରମେ ଶ୍ରୀବିଷ୍ଣୁ ବଳିଙ୍କ ରାଜପ୍ରାସାଦ ଦ୍ବାରରେ ରକ୍ଷକ ଭାବେ ଅବସ୍ଥାନ କଲେ।

ମହାଲକ୍ଷ୍ମୀ ବାମନରୂପୀ ଶ୍ରୀବିଷ୍ଣୁଙ୍କୁ ମୁକ୍ତ କରିବା ପାଇଁ ବଳି ରାଜାଙ୍କ ପୁରକୁ ଯାଇ ବଳିଙ୍କ ହାତରେ ରାକ୍ଷୀବନ୍ଧନ କରି ସ୍ବାମୀଙ୍କୁ ଉଦ୍ଧାର କଲେ। ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କାହାଣୀ ରହିଛି। କାହାଣୀଟି ହେଲା କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ । ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟିଯାଇଥିଲା । ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ି ଚିରି ସେଥିରେ ଗୁଡ଼ାଇ ଦେଇଥିଲେ, ଫଳରେ ଶ୍ରୀକୃଷ୍ଣଙ୍କ ରକ୍ତ ବନ୍ଦ ହେଇଯାଇଥିଲା । ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ ।

ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବମାନେ ବିବସନା କରିବାକୁ ଉଦ୍ୟତ ହେଲେ, ସେତେବେଳେ ଶ୍ରୀକୃଷ୍ଣ ବସ୍ତ୍ରଦାନକରି ଦ୍ରୌପଦୀଙ୍କ ସମ୍ମାନ ରକ୍ଷା କରିଥିଲେ । ଶ୍ରାବଣ ପୂର୍ଣ୍ଣିମାରେ ପ୍ରଭୁ ବଳରାମ ଏହି ଦିନ ଧରାପୃଷ୍ଠରେ ଅବତୀର୍ଣ୍ଣ ହୋଇଥିଲେ, ତେଣୁ ଏହି ଦିନଟିକୁ ବଳଭଦ୍ରଙ୍କ ଜନ୍ମ ତିଥିଭାବେ ପାଳନ କରାଯାଏ। ହଳମୁଷଳ ଧାରଣ କରିଥିବା ବଳଭଦ୍ରଙ୍କୁ ସମ୍ମାନ ଜଣାଇ ଏହିଦିନ ଗୋ-ମାତାଙ୍କୁ ପୂଜା କରାଯାଏ। ସକାଳୁ ଗୋ-ମାତାଙ୍କୁ ଗାଧୋଇ ଦିଆଯାଇ ତାଙ୍କ ଶିଙ୍ଗରେ ରାକ୍ଷୀ ବାନ୍ଧିବା ପରେ ପିଠା ଖାଇବାକୁ ଦେବାର ପରମ୍ପରା ରହିଛି। ଏହା ସହ ଘରେ ଘରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ପରମ୍ପରା ଅନୁସାରେ ଭଉଣୀର ରକ୍ଷା କରିବା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ ।

ପୂର୍ଣ୍ଣିମା ଦିନ ସକାଳୁ ସକାଳୁ ଭଉଣୀମାନେ ଗାଧୋଇ ନିଜ ଘରର ଇଷ୍ଟ ଦେବତାଙ୍କୁ ପୂଜା କରିବା ସହ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଏହାକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ। ଭଉଣୀମାନେ ରଙ୍ଗବେରଙ୍ଗର ରାକ୍ଷୀ ଭାଇମାନଙ୍କର ହାତରେ ବାନ୍ଧି ସେମାନଙ୍କର ଦୀର୍ଘଜୀବନ କାମନା କରିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇ ସେମାନଙ୍କୁ ଉପହାର ପ୍ରଦାନ କରିଥାଏ। ଏହି ପର୍ବକୁ ଶହ ଶହ ବର୍ଷଧରି ସାମାଜିକ ସୌହାର୍ଦ୍ଦ୍ୟର ବଡ଼ ଉଦାହରଣ ଭାବେ ବିବେଚନା କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button