ରାଜନୀତି

ଆସନ୍ତାକାଲି ଓଡ଼ିଶା ନିର୍ବାଚନ ତାରିଖ ଘୋଷଣା – Ibnodisha

[ad_1]

ନୂଆଦିଲ୍ଲୀ:ଆସନ୍ତା କାଲି ହେବ ୨୦୨୪ ନିର୍ବାଚନ ପାଇଁ ତାରିଖ ଘୋଷଣା । ଅପରାହ୍ନ ୩ଟାରେ ନିର୍ବାଚନ ତାରିଖ ଘୋଷଣା ହେବ । ନିର୍ବାଚନ କମିଶନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯିବ । ଅପରାହ୍ଣ ୩ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସିଆଇ ନିର୍ବାଚନ ତାରିଖ ଘୋଷଣା କରିବେ । ତେବେ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଆସନ୍ତାକାଲି ଓଡ଼ିଶା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଓଡ଼ିଶାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଲୋକସଭା ସହ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ୨୦୧୯ରେ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ତେବେ ୨୦୧୯ରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟି ହୋଇଥିଲା ।ପ୍ରକାଶ ଯେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଗତ କିଛି ମାସ ହେଲା ସବୁଠି ମାହୋଲ ସରଗରମ ରହିଛି । ରାଜନୈତିକ ଉଷ୍ମତା ମଧ୍ୟରେ ସବୁ ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ । କେବଳ ଅପେକ୍ଷା ଥିଲା ନିର୍ବାଚନ ତାରିଖ ଘୋଷଣା । କେବେ ଘୋଷଣା ହେବ ସାଧାରଣ ନିର୍ବାଚନ ତାରିଖ । ଏନେଇ ସବୁ ରାଜନୈତିକ ଦଳ ତଥା ଭୋଟରଙ୍କ ମନରେ ପ୍ରଶ୍ନ ଥିଲା । ସାରା ଦେଶ ସହ ଓଡ଼ିଶା ମଧ୍ୟ ନିର୍ବାଚନ ତାରିଖ ଘୋଷଣାକୁ ନେଇ ଅପେକ୍ଷାରେ ରହିଥିଲା । ତେବେ ସେହି ଅପେକ୍ଷା ଏବେ ଶେଷ ହେବାକୁ ଯାଉଛି । କାରଣ ଆସନ୍ତାକାଲି ନିର୍ବାଚନ ତାରିଖ ଘୋଷଣା ହେବ । ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାଯାଇଛି । ସୂଚନାନୁସାରେ, ଜମ୍ମୁ କଶ୍ମୀରରେ ଲୋକ ସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇପାରେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଜମ୍ମୁ କଶ୍ମୀର ଗସ୍ତରେ ଆସିଛନ୍ତି। ଏହି ସମୟରେ ସେ ଅନେକ ରାଜନୈତିକ ଦଳର ପ୍ରତିନିଧୀଙ୍କୁ ଭେଟିଥିଲେ। ଜମ୍ମୁ କଶ୍ମୀରରେ ଲୋକ ସଭା ସହିତ ବିଧାନସଭା ନିର୍ବାଚନ ଆୟୋଜନ କରିବାକୁ ସମସ୍ତ ଦଳ ଦାବି କରିଛନ୍ତି। ଲୋକ ସଭା ନିର୍ବାଚନ ସହିତ ଜମ୍ମୁ କଶ୍ମୀର, ଆନ୍ଧ୍ରପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟରେ ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ଘୋଷଣା କରିବେ। ତେବେ ଜମ୍ମୁ କଶ୍ମୀର ଉପରେ କ’ଣ ନିଷ୍ପତ୍ତି ନିଆଯିବ। ୨୦୧୯ଭଳି ସାତୋଟି ପର୍ୟ୍ୟାୟରେ ଆଗାମୀ ଲୋକ ସଭା ନିର୍ବାଚନ ମଧ୍ୟ ହୋଇପାରେ ବୋଲି ଅନୁମାନ କରାଯାଉଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button