ଦେଶ

ସ୍ୱଚ୍ଛ ଭାରତ ଅଭିଯାନର ସଫଳତା ହିଁ ଏହାର ପ୍ରେରଣା: ମୋଦି – Ibnodisha

[ad_1]

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତରେ ନିର୍ମିତ ବସ୍ତୁଗୁଡ଼ିକ ପ୍ରତି ଏହି ଭାବନା କେବଳ ପର୍ବପର୍ବାଣୀ ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ବାହାଘର ଋତୁ ଆରମ୍ଭ ହୋଇସାରିଛି। କିଛି ବ୍ୟବସାୟ ସଂଗଠନ ଏହା ଅନୁମାନ କରୁଛନ୍ତି ଯେ, ଏହି ସମୟରେ ପ୍ରାୟ ୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହୋଇପାରେ। ବାହାଘର ପାଇଁ କିଣାକିଣି ସମୟରେ ମଧ୍ୟ ଆପଣମାନେ ଭାରତରେ ତିଆରି ଜିନିଷ କିଣିବା ଉପରେ ହିଁ ଗୁରୁତ୍ୱ ଦିଅନ୍ତୁ। ସେ କହିଛନ୍ତି, ଆଜିକାଲି କିଛି ପରିବାର ଦ୍ୱାରା ବିଦେଶକୁ ଯାଇ ବିବାହ କରିବାର ପରମ୍ପରା ସୃଷ୍ଟି ହୋଇଚାଲିଛି।

ତେବେ ଏଭଳି କରିବା କ’ଣ ନିହାତି ଜରୁରୀ ସେ ପ୍ରଶ୍ନ କରିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଭାରତ ମାଟିରେ, ଭାରତର ଲୋକଙ୍କ ଗହଣରେ ଯଦି ଆମେ ବିବାହ ଉତ୍ସବ ପାଳନ କରିବା, ତାହେଲେ ଦେଶର ଧନ ଦେଶ ଭିତରେ ହିଁ ରହିବ। ଦେଶର ଲୋକେ ଆପଣଙ୍କ ବିବାହୋତ୍ସବରେ କିଛି ନା କିଛି ସେବା କରିବାର ସୁଯୋଗ ପାଇବେ। କ୍ଷୁଦ୍ର, ଗରିବ ଲୋକେ ମଧ୍ୟ ଆପଣଙ୍କ ବିବାହୋତ୍ସବ କଥା ନିଜ ପିଲାମାନଙ୍କୁ କହିବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button