ଦେଶ

କଲେଜ ଛାତରୁ ଡେଇଁ ଜୀବନ ହାରିଲେ +୨ ଛାତ୍ରୀ – Ibnodisha

[ad_1]

ତେଲେଙ୍ଗାନା: କଲେଜ ବିଲ୍ଡିଂ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ୧୭ବର୍ଷୀୟା ଛାତ୍ରୀ ହଠାତ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି । ତେଲେଙ୍ଗାନା ହାନାମକୋଣ୍ଡାରେ ଥିବା ଘରୋଇ କଲେଜରେ ଏଭଳି ଘଟଣା ଘଟିଛି । ୧୭ବର୍ଷୀୟା ଛାତ୍ରୀ ଛାତରୁ ଡେଇଁ ମୃତ୍ୟୁବରଣ କରିଛନ୍ତି । ମୃତ ଛାତ୍ରୀଙ୍କ ନାଁ ସାହିତ୍ୟ । ସେ ଯୁକ୍ତଦୁଇରେ ପଢୁଥିଲେ । ଗତକାଲି ସେ ଛାତ ଉପରକୁ ଯାଇ ତଳକୁ ଡେଇଁ ପଡିଥିଲେ । କଲେଜ କର୍ତ୍ତୃପକ୍ଷ ଏନେଇ କୌଣସି ଅଭିଯୋଗ ଦାଖଲ କରିନଥିବା ପୋଲିସ ସୂଚନା ଦେଇଛି ।

ହାନାମକୋଣ୍ଡା ପୋଲିସର ଇନ୍ସପେକ୍ଟର ସଞ୍ଜୀବ କହିଛନ୍ତି, ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି । ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ । ସକାଳେ କଲେଜ ମ୍ୟାନେଜମେଣ୍ଟ ତାଙ୍କ ମୃତଦେହ ଜବତ କରିଛି । ପୋଷ୍ଟମର୍ଟମ ପାଇଁ ମୃତଦେହ ପଠାଇଯାଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି । ତେବେ ଛାତ୍ରୀଜଣକ ବିଲ୍ଡିଂରୁ ଡେଇଁବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button