ଦେଶ

ହ୍ରାସ ପାଇଲା ରୁଷରୁ ତୈଳ ଆମଦାନୀ – Ibnodisha

[ad_1]

ନୂଆଦିଲ୍ଲୀ : ଶସ୍ତାରେ ରୁଷରୁ ଭାରତର ତୈଳ ଆମଦାନୀ ୭ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ମୌସୁମୀ ବର୍ଷା ଯୋଗୁ ଦେଶରେ ତୈଳ ଚାହିଦା ହ୍ରାସ କାରଣରୁ ଅଗଷ୍ଟ ମାସରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ହ୍ରାସ ପାଇଥିଲା। ଏହା ୭ ମାସର ସର୍ବନିମ୍ନ ସ୍ତରକୁ ପହଞ୍ଚି ଯାଇଥିବା ଜଣାପଡିଛି। ଭାରତ ହେଉଛି ବିଶ୍ୱର ତୃତୀୟ ସର୍ବ ବୃହତ୍ତ ତୈଳ ଉପଭୋକ୍ତା ଦେଶ। ବିଶ୍ୱର ତୈଳ ନେଣଦେଣ ଉପରେ ନଜର ରଖୁଥିବା କମ୍ପାନୀ ଭର୍ଟେକ୍ସ ତଥ୍ୟ ଅନୁସାରେ ଅଗଷ୍ଟ ମାସରେ ରୁଷରୁ ଭାରତ ଦୈନିକ ୧୪.୬ ଲକ୍ଷ ବ୍ୟାରଲ ଅଶୋଧିତ ତୈଳ କିଣିଛି।

ଏହା ପୂର୍ବ ମାସରେ ଏହି ଆମଦାନୀ ଦୈନିକ ୧୯.୧ ଲକ୍ଷ ବ୍ୟା​‌େ​‌ରଲ ଥିଲା। ଏହା ଛଡା ଭାରତୀୟ ରିଫାଇନାରୀ କମ୍ପାନୀମାନେ ଅନ୍ୟତମ ଯୋଗାଣକାରୀ ଦେଶ ଇରାକରୁ ମଧ୍ୟ ତୈଳ ଆମଦାନୀ ହ୍ରାସ କରିଛନ୍ତି। ଇରାକରୁ ଆମଦାନୀ ୮,୯୧,୦୦୦ ବ୍ୟା​ରେ‌ଲ ଦୈନିକ ସ୍ଥାନରେ ଏବେ ୮,୬୬,୦୦୦ ବ୍ୟାରଲ ତୈଳ ଆସୁଛି। ଏହି ଅବଧିରେ ସାଉଦୀ ଆରବରୁ ଜୁଲାଇରେ ୪,୮୪,୦୦୦ ବ୍ୟାରେଲ ଦୈନିକରୁ ବଢାଇ ୮,୨୦,୦୦୦ ବ୍ୟା​‌େ​‌ରଲ କରିଦିଆଯାଇଛି। ଫେବୃଆରୀ ୨୦୨୨ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ କାଳରେ ରୁଷରୁ ଭାରତର ତୈଳ ଆମଦାନୀ ୧ ପ୍ରତିଶତରୁ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button