ଦେଶ

ଯୋଗୀ ସରକାରଙ୍କ ଐତିହାସିକ ନିଷ୍ପତି : ପ୍ରଥମଥର ପାଇଁ ଅଯୋଧ୍ୟାରେ ଆୟୋଜିତ ହେଇଛି କ୍ୟାବିନେଟ୍ ବୈଠକ – Ibnodisha

[ad_1]

ବ୍ୟୁରୋ : ଅଯୋଧ୍ୟାରେ ବସିଲା ଯୋଗୀଙ୍କ କ୍ୟାବିନେଟ୍ ବୈଠକ । ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶରେ କ୍ୟାବିନେଟ୍ ବୈଠକ ଅଯୋଧ୍ୟାରେ ଆୟୋଜିତ ହେଇଛି । ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ପୁରିଛି ଚାରି ବର୍ଷ ତେଣୁ ଏହି ଉପଲକ୍ଷେ ଯୋଗୀଙ୍କ ସରକାରଙ୍କ କ୍ୟାବିନେଟ୍ ବୈଠକ ବସିଛି । ସୂଚନା ଅନୁଯାୟୀ ଆସନ୍ତା ଜାନୁଆରୀରେ ରାମ ମନ୍ଦିର ପ୍ରତିଷ୍ଠା ହେବାକୁ ହେବାକୁ ଥିବା ବେଳେ ଯୋଗୀଙ୍କ କ୍ୟାବିନେଟ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଯୋଗୀ କହିଛନ୍ତି କ୍ୟାବିନେଟରେ ଐତିିହାସିକ ନିଷ୍ପତି ନିଆଯିବ । ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ସକାଳ ସାଢେ ୧୧ ଟା ସୁଦ୍ଧା ଅଯୋଧ୍ୟାରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଥିଲା । ନିର୍ଦ୍ଦେଶକ୍ରମେ ସମୟ ଅନୁସାରେ ସମସ୍ତେ ପହଂଚିଥିଲେ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ସହରରେ ଆଂଟି ଟେରିରିଷ୍ଟ ସ୍କ୍ୱାଡଙ୍କୁ ମୁତୟନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସବୁଦିଗରୁ କଡା ପଦକ୍ଷେପ ନିଆଯାଇଛି । ବୈଠକ ପୂର୍ବରୁ ଯୋଗୀ ଅନ୍ୟ ମନ୍ତ୍ରୀଙ୍କ ସହ ଯାଇ ହନୁମାନ ମନ୍ଦିର ପରିଦର୍ଶନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button