ଦେଶ

ଉତ୍ତରାଖଣ୍ଡରେ ୩୧୪% ବୃଦ୍ଧି ପାଇଛି ବାଘଙ୍କ ସଂଖ୍ୟା – Ibnodisha

[ad_1]

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡରେ ବୃଦ୍ଧି ପାଇଛି ବାଘଙ୍କ ସଂଖ୍ୟା । ଗତ ୧୬ ବର୍ଷ ମଧ୍ୟରେ ୩୧୪% ବୃଦ୍ଧି ପାଇଛି ବାଘଙ୍କ ସଂଖ୍ୟା ।ବର୍ତ୍ତମାନ ଉତ୍ତରପ୍ରଦେଶରେ ଟାଇଗର ସଂଖ୍ୟା ବିଶ୍ୱରେ ସର୍ବାଧିକ। ୨୦୦୬ ରୁ ୧୦୨୨ ମଧ୍ୟରେ ବାଘଙ୍କ ସଂଖ୍ୟା ଅଧିକ ମାତ୍ରାରେ ବୃଦ୍ଧି ପାଇଛି । ଶନିବାର ଉତ୍ତରାଖଣ୍ଡର ଚିଫ୍ ୱାଇଲ୍‌ଡ ଲାଇଫ୍ ୱାର୍ଡେନ୍‌ ସମୀର ସିହ୍ନା ଏହି ସୂଚନା ଦେଇଛନ୍ତି। ଶ୍ରୀ ସିହ୍ନା ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡର ବାଘ ସଂଖ୍ୟା ଘନତ୍ୱ ସାରା ପୃଥିବୀରେ ସର୍ବାଧିକ। ରାଜ୍ୟରେ ୨୦୦୬ରେ ୧୭୮ଟି ବାଘ ଥିଲେ। ୨୦୨୨ ବେଳକୁ ଏହି ସଂଖ୍ୟା ୫୬୦କୁ ବୃଦ୍ଧି ପାଇଥିଲା। ରାଜ୍ୟ ବନ ବିଭାଗର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି। ରାଜ୍ୟ ବନବିଭାଗର ପ୍ରୟାସ ଫଳରେ ଏଭଳି ସଫଳତା ମିଳିପାରିଛି ବୋଲି କୁହାଯାଉଛି । ଏଭଳି ସଫଳତାରେ ଉତ୍ତରାଖଣ୍ଡର ବନବିଭାଗ ଖୁସି ବ୍ୟକ୍ତ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button