ଦେଶ

କାନ୍ଥରେ ଏମିତି ଲେଖି ପ୍ରେମ ପାଇଁ ଜୀବନ ହାରିଲେ ବିଟେକ ଛାତ୍ର… – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାନ୍ଦା ଘଟିଛି ଏକ ଅଭାବନୀୟ ଘଟଣା। ଏଠା‌ରେ ଜଣେ ଛାତ୍ର ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ବାରାବଙ୍କିରେ ରହୁଥିବା ପ୍ରତାପ ସିଂହଙ୍କ ସାନ ପୁଅ ଅମନ ସିଂହ ଉତ୍ତର୍ରା ଇଞ୍ଜିନିୟରିଂ କ‌ଲେଜର ବିଟେକର ପ୍ରଥମବର୍ଷ ଛାତ୍ର। ଗତ ରବିବାର ରାତିରେ ‌ସେ ଫାଶୀ ଲଗାଇ ଜୀବନ ହାରି ଦେଇଥିବା ଜଣାପଡ଼ିଛି। ଛାତ୍ରଙ୍କ ମୃତ‌ଦେହ ହଷ୍ଟେଲର ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି।ଏହି ଘଟଣାକୁ ନେଇ ଅମନ ସିଂହଙ୍କ ସାଥୀରେ ହଷ୍ଟେଲରେ ରହୁଥିବା ଉଜ୍ଜବଲ ମିଶ୍ରା କହିଛନ୍ତି, ‘ମୁଁ ଦିଲ୍ଲୀ ଆଇଆଇଟି ଯାଇଥିଲି। ସେଠାରୁ ଫେରିବା ପରେ ରହୁଥିବା ରୁମ କବାଟ ବାଡେଇବାରୁ ଅମନ ଶୁଣି ନଥିଲା। ମୁଁ ଭାବିଲି ବୋଧ ହୁଏ ସେ ଶୋଇପଡ଼ିଛି। ପାଖ ରୁମରେ ଥିବା ଭାଇମାନଙ୍କୁ ଡାକିବାରୁ ସେମାନେ କବାଟ ଭାଙ୍ଗି ଦେଇଥିଲା। ଏହାପରେ ଭିତରେ ଅମନର ଝୁଲନ୍ତା ମୃତଦେହ ଦେଖି ଆମେ ସ୍ତବ୍ଧ ହୋଇଯାଇଥିଲୁ। କ’ଣ କରିବୁ କିଛି ବୁଝି ପାରି ନଥିଲୁ। କିଛିପିଲା ସଙ୍ଗେସଙ୍ଗେ ଏହି ଘଟଣା ବିଷୟରେ ହଷ୍ଟେଲ ପରିଚାଳକଙ୍କୁ ସୂଚନା ଦେବା ସହିତ ପୁଲିସରେ ଖବର ଦେଇଥିଲେ। ଏଥିସହିତ ଅମନ ଜୀବନ ହାରିଦେଇଥିବା ରୁମ କାନ୍ଥରେ ‘ଲଭ ଆଟ ଫାଷ୍ଟ ସାଇଟ’ ଲେଖାଥିବା ବି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ଲେଖା ନଥିଲା। ଅନୁମାନ କରୁଛି ଅମନ ଜୀବନ ହାରିବା ପୂର୍ବରୁ କାନ୍ଥରେ ଏସବୁ ‌ଲେଖିଛି।’ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅମନ ରୁମକୁ ସିଲ କରିବା ସହିତ ଫୋନ ସହିତ ଛାତ୍ରଙ୍କ କିଛି ସାମଗ୍ରୀକୁ ଜତବ କରି ହଷ୍ଟେଲ ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button