ରାହୁଲ ଗାନ୍ଧିଙ୍କ ଭାଷା ଅତ୍ୟନ୍ତ ଅସମ୍ମାନଜନକ: ହରିଶ ସାଲ୍ଭେ – Ibnodisha

[ad_1]

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ବ୍ୟବହାର କରିଥିବା ଭାଷା ଅତ୍ୟନ୍ତ ଅସମ୍ମାନଜନକ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସଂକ୍ରାନ୍ତ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଏହି ମାମଲାର ଯୋଗ୍ୟତା ଆଧାରରେ ହୋଇନାହିଁ ବରଂ ତାଙ୍କ ନିର୍ବାଚନମଣ୍ଡଳୀ ପାଇଁ ଚିନ୍ତା ପ୍ରକଟ କରି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରମୁଖ ଆଇନ ବିଶେଷଜ୍ଞ ତଥା ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ କହିଛନ୍ତି। ରାହୁଲ ଗାନ୍ଧି ଯେଉଁ ପଦବିରେ ଅଛନ୍ତି ତାଙ୍କଠାରୁ ଏଭଳି ଟିପ୍ପଣୀ ଆଶା କରାଯାଉନଥିଲା। ରାହୁଲ ଗାନ୍ଧିଙ୍କୁ ଦୋଷୀସାବ୍ୟସ୍ତ କରାଯିବା ଉଚିତ କି ନା’ ତାହା ଭିନ୍ନ କଥା। କିନ୍ତୁ କଥାବାର୍ତ୍ତା କରିବାର ଅତ୍ୟଧିକ ଅଶୋଭନୀୟ ପନ୍ଥା ସମସ୍ୟା ବଢ଼ାଉଛି। ଆପଣ (ରାହୁଲ) ମିଥ୍ୟା ଅଭିଯୋଗ କରୁଛନ୍ତି ଏବଂ ପରେ କହୁଛନ୍ତି ମୁଁ ସାଧାରଣ ଜୀବନରେ ରହିଛି। ସମସ୍ତେ ଜାଣନ୍ତି ଯେ ସେ ପ୍ରଧାନମନ୍ତ୍ରୀ ହେବା ସ୍ବପ୍ନ ଦେଖୁଛନ୍ତି। ତେଣୁ ସେ ଏଭଳି ଭାଷା ବ୍ୟବହାର କରିବା ଠିକ୍ କି ବୋଲି ହରିଶ ସାଲଭେ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତିମାନେ କହିଛନ୍ତି, ସେ ଯାହା କହିଛନ୍ତି ତାହା ଭୁଲ୍ ଏବଂ ଏଭଳି କହିବା ଆଦୌ ଉଚିତ ନୁହେଁ। ସୁପ୍ରିମ୍କୋର୍ଟ କେବଳ ରାହୁଲଙ୍କ ନିର୍ବାଚନମଣ୍ଡଳି ପାଇଁ ତାଙ୍କ ଦଣ୍ଡାଦେଶ ଉପରେ ରୋକ୍ ଲଗାଇଛନ୍ତି ବୋଲି ସାଲ୍ଭେ କହିଛନ୍ତି।
[ad_2]




