ଦେଶ

ଐଶ୍ୱର୍ଯ୍ୟା ରାୟଙ୍କ ‘ଡିପ୍ ଫେକ୍‌’ ଭିଡିଓ ଭାଇରାଲ – Ibnodisha

[ad_1]

ମୁମ୍ବାଇ ଡିପଫେକ୍‌ ଟେକନିକ୍‌ ଏବେ ସେଲିବ୍ରିଟିଙ୍କ ଲାଗି ବିପଦର କାରଣ ପାଲଟିଛି। ନିକଟରେ ଅନେକ ପ୍ରଶିଦ୍ଧ ଲୋକଙ୍କ ନକଲୀ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଛି। ଏହିକ୍ରମରେ ଏବେ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଡିପଫେକ୍ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହେଉଛି। ଭିଡିଓରେ ଐଶ୍ୱର୍ଯ୍ୟାଙ୍କ ଭଳି ଦେଖାଯାଉଥିବା ଜଣେ ମହିଳାଙ୍କୁ ସ୍ୱିମିଂ ପୁଲରେ ଦେଖାଯାଇଛି, ଯାହା ଏବେ ଇଂଷ୍ଟାଗ୍ରାମରେ ହଲଚଲ ସୃଷ୍ଟି କରିଛି।

ଡିପଫେକ୍‌ ଏପରି ଭିଡିଓ ଏବଂ ଚିତ୍ର ଯାହାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସଞ୍ଚାଳିତ ଡିପ ଲର୍ଣ୍ଣିଂ ସଫ୍ଟୱେର ବ୍ୟବହାର କରି ତିଆରି କରାଯାଏ, ଯାହା ଲୋକଙ୍କୁ ଏପରି କଥା କହିବା ଓ କରିବାରେ ଦେଖାଏ ଯାହା ସେମାନେ ବାସ୍ତବରେ କହି ନଥାନ୍ତି କି କରି ନଥାନ୍ତି। ଗତମାସରେ ପ୍ରଯୁକ୍ତିର ଦୂରୁପଯୋଗ  ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା, ଯେତେବେଳେ ବଲିଉଡ ସେଲିବ୍ରିଟି ରଶ୍ମିକା ମନ୍ଦାନାଙ୍କ ଡିପଫେକ୍ ଭିଡିଓ ଦେଶରେ ଭାଇରାଲ ହେବାରେ ଲାଗିଥିଲା। ଭିଡିଓକୁ ମାନୁପୁଲେଟ କରାଯାଇଥିବା ନେଟିଜେନ୍ସ ଦାବି କରିଥିଲେ ଓ ବାସ୍ତବିକ ଭିଡିଓ ବ୍ରିଟେନରେ ରହୁଥିବା ଜଣେ ମୂଳ ଭାରତୀୟ ତରୁଣୀଙ୍କର ବୋଲି ଜଣାପଡିଥିଲା।

ରଶ୍ମିକାଙ୍କ ଭଳି ବଲିଉଡ ଅଭିନେତ୍ରୀ କାଜୋଲ, ଆଲିଆ ଭଟ୍ଟ ଓ କିଛି ଅନ୍ୟମାନଙ୍କର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ବଲିଉଡ ଅଭିନେତ୍ରୀ କୃତି ସେନନଙ୍କ ଏକ ନକଲୀ ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଯାଇଥିଲା। ସେନନଙ୍କ ଫଟୋରେ ଜଣେ ନଗ୍ନ ମହିଳାଙ୍କ ଫଟୋ ଲଗାଇ ଦିଆଯାଇଥିଲା। ତେବେ ଐଶ୍ୱର୍ଯ୍ୟା ରାୟ ଡିପଫେକ୍‌ର ନବିନତମ ଶିକାର। ପରିସ୍ଥିତିର ଗୁରୁତ୍ୱକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସତର୍କ କରିଥିଲେ ଯେ କୃତ୍ରିମ ବୁଦ୍ଧିମତାର ଉପଯୋଗ କରି କରାଯାଉଥିବା ଡିପଫେକ ଭବିଷ୍ୟତରେ ବଡ଼ ସଂକଟର କାରଣ ହୋଇପାରେ । ଯାହା ସମାଜରେ ଅସନ୍ତୋଷ ସୃଷ୍ଟି କରିପାରେ ବୋଲି ପ୍ରଧାନମନ୍ତ୍ରୀ ସତର୍କ କରିଥିଲେ।

ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଗଣମାଧ୍ୟମକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ କହିଥିଲେ। ଡିପଫେକ୍‌ ଏକ ବଡ଼ ସଂକଟ ସୃଷ୍ଟି କରିପାରେ। ଏପରିକି ଅସନ୍ତୋଷର ନିଆଁ ମଧ୍ୟ ଜଳିପାରେ। କାରଣ ଲୋକେ ଗଣମାଧ୍ୟମ ସହ ସମ୍ପୃକ୍ତ ଯେକୌଣସି ଜିନିଷକୁ ଭରସା କରୁଛନ୍ତି। ଏଣୁ ଏପରି ଭିଡିଓ ଏବଂ ଚିତ୍ରପ୍ରତି ଲୋକଙ୍କୁ ସାବଧାନ କରିବାକୁ ସଚେତନତା ହିଁ ବଳିଷ୍ଠ ଉପାୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button