ଦେଶ

ମିଟିଂ ବେଳେ ସିଇଓ ନେଉଛନ୍ତି ମସାଜ୍.. – Ibnodisha

[ad_1]

ନୂଆଦିଲ୍ଲୀ: କମ୍ ମୂଲ୍ୟରେ ବିମାନ ସେବା ଯୋଗାଉ ଥିବା ନେଇ ଏୟାର ଏସିଆ ବିମାନ ସର୍ବଦା ଚର୍ଚ୍ଚାରେ ରହି ଆସିଛି। ଚଳିତ ଥର ଏୟାର ଏସିଆ ବିମାନ କମ୍ପାନିର ସିଇଓଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ସିଇଓ ଚର୍ଚ୍ଚାକୁ ଆସିବାର କାରଣ ତାଙ୍କର ଖାଲିଶରୀର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ତେବେ ଏହି ଫଟୋକୁ ନିଜେ ୟାର ଏସିଆ ବିମାନ କମ୍ପାନିର ସିଇଓ ଟୋନି ଫର୍ଣ୍ଣାଣ୍ଡିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି।
ଟୋନି ଫର୍ଣ୍ଣାଣ୍ଡିଜ ନିଜର ଏହି ସାର୍ଟଲେସ ଫଟୋକୁ ସେୟାର୍‌ କରି ଲେଖିଛନ୍ତି, ‘ସପ୍ତାହଟି ବେଶ୍‌ ଚାପଗ୍ରସ୍ତ ଥିଲା। ଓ୍ୱେରାନିତା ୟୋସେଫିନ ମୋତେ ମସାଜ କରାଇବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ଏହି ପ୍ରସ୍ତାବକୁ ଏଡାଇ ପାରି ନଥିଲି। କାରଣ ମୁଁ ଇଣ୍ଡୋନେସିଆ ଏବଂ ଏୟାରଏସିଆ ସଂସ୍କୃତିକୁ ଭଲପାଏ। ମୁଁ ମସାଜ ନେବା ସହ ‌ବୈଠକରେ ଯୋଗ ମଧ୍ୟ ଦେଇପାରିଥିଲି।’
ଏୟାର ଏସିଆ ସିଇଓଙ୍କ ଏହି ଫଟୋ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଟୋନି ଫର୍ଣ୍ଣାଣ୍ଡିଜଙ୍କୁ ପରିହାସ କରି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।
ସୋସିଆଲ ମିଡିଆ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଉଚ୍ଚପଦରେ ଥାଇ ଜଣେ ବ୍ୟକ୍ତି ଏଭଳି କାମ କେମିତି କରି ପାରନ୍ତି। ପୁଣି ବୈଠକ ଚାଲିଥିବା ବେଳେ। ଏଦୃଶ୍ୟ ଅତ୍ୟନ୍ତ ଲଜ୍ଜାକର। ଏୟାର ଏସିଆ ସିଇଓଙ୍କ ଚିନ୍ତାଶକ୍ତି ‌ବୋଧ ହୁଏ ହ୍ରାସ ପାଇ ଯାଇଛି। କାରଣ ‌ଏମିତି ଫଟୋ ସେୟାର କରିବା ପୂର୍ବରୁ ଲୋକେ ଏହାକୁ କିଭଳି ଭାବେ ଗ୍ରହଣ କରିବେ ତାଙ୍କୁ ଥରେ ଚିନ୍ତା କରିବାର ଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button