ଦେଶ

ରେସ୍‌କ୍ୟୁ ଅପରେସନ ପାଇଁ ଆଗାମୀ ‘୧୫ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ’, ଶ୍ରମିକଙ୍କ ପାଖକୁ ପଠାଗଲା ଭେଜ୍‌ ପଲାଉ ଓ ମଟର ପନିର – Ibnodisha

[ad_1]

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ଟନେଲ୍‌ ଦୁର୍ଘଟଣାସ୍ଥଳରେ ଲଗାତାର ଜାରି ରହିଛି ଉଦ୍ଧାର କାର୍ଯ୍ୟ। ରେସ୍‌କ୍ୟୁ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ବାହାରି ପାରନ୍ତି ୪୧ ଶ୍ରମିକ। ଦେଶର କୋଣ ଅନୁକୋଣରୁ ମେସିନଗୁଡ଼ିକୁ ଏୟାରଲିଫ୍ଟ କରାଯାଇ ଦିନରାତି ଏଠାରେ ଡ୍ରିଲିଂ କାର୍ଯ୍ୟ ଚାଲିଛି। ଆଶା କରାଯାଉଛି, ବୁଧବାର ବିଳମ୍ବିତ ରାତି କିମ୍ବା ଗୁରୁବାର ସକାଳେ ଟନେଲରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇପାରନ୍ତି।

ଭାରତ ସରକାରଙ୍କ ପୂର୍ବତନ ପରାମର୍ଶଦାତା ଭାସ୍କର ଖୁଲ୍‌ବେ ସିଲକ୍ୟାରାରେ ପହଞ୍ଚିଛନ୍ତି। ସେ କହିଛନ୍ତି, ସୁଡ଼ଙ୍ଗରେ ଡ୍ରିଲିଂ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଆଗାମୀ ୧୫ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଅବଧି ମଧ୍ୟରେ ଶ୍ରମିକମାନଙ୍କୁ ୬ ଇଞ୍ଚ୍‌ ଚଉଡ଼ାର ପାଇପ୍‌ଲାଇନ ମାଧ୍ୟମରେ ନିରାପଦ ଭାବେ ବାହାରକୁ ଅଣାଯାଇପାରେ। ବର୍ତ୍ତମାନ ୩୯ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କାମ ସରିଥିବା କୁହାଯାଉଛି।

ସେପଟେ ଶ୍ରମିକମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ କ୍ରମାଗତ ଭାବେ ପଠାଯାଉଛି। ଉଦ୍ଧାରକାରୀ ଟିମ୍‌ ମଙ୍ଗଳବାର ଭେଜ୍‌ ପଲାଉ ଓ ମଟର ପନିର ପ୍ୟାକ୍‌ କରି ପାଇପ୍‌ଲାଇନ ଜରିଆରେ ପଠାଇଥିଲେ। ଶ୍ରମିକମାନଙ୍କୁ ରନ୍ଧାଖାଦ୍ୟ ପାଇପ୍‌ଲାଇନ ବାଟେ ଦିଆଯାଉଛି। ପୂର୍ବରୁ ସେମାନଙ୍କୁ କମଳା, କଦଳୀ ଏବଂ ଔଷଧ ପଠାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button