ଦେଶ

ଭାରତ ବିରୋଧରେ ଟ୍ରୁଡୋଙ୍କ ଅଭିଯୋଗ ନେଇ ଆମେରିକା, ଅଷ୍ଟ୍ରେଲିଆ ଚିନ୍ତିତ – Ibnodisha

[ad_1]

ଖଲିସ୍ତାନୀଙ୍କ ଗଣମତକୁ ସ୍ବୀକୃତି ଦେବୁନାହିଁ: ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ‘ଫାଇଭ୍ ଆଇଜ୍’ (ଅଷ୍ଟ୍ରେଲିଆ, କାନାଡ଼ା, ନ୍ୟୁଜିଲାଣ୍ଡ, ବ୍ରିଟେନ୍ ଓ ଆମେରିକାର ଗୁଇନ୍ଦା ମେଣ୍ଟ)ର ଗୁଇନ୍ଦା ତଥ୍ୟ ଆଦାନପ୍ରଦାନ ବ୍ୟବସ୍ଥାରେ କାନାଡାର ସହଯୋଗୀ ରାଷ୍ଟ୍ର ଅଷ୍ଟ୍ରେଲିଆ ଓ ଆମେରିକା ଜୁନ୍ ମାସରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରଙ୍କ ହତ୍ୟା ସହ ଭାରତ ସରକାରଙ୍କ ଏଜେଣ୍ଟଙ୍କ ସମ୍ଭାବ୍ୟ ସମ୍ପୃକ୍ତି ନେଇ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ଅଭିଯୋଗ ଉପରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଟ୍ରୁଡୋଙ୍କ ଏହି ଦାବିକୁ ଭାରତ ଅଯଥା ଓ ଉଦ୍ଦେଶ୍ୟମୂଳକ ବୋଲି ଖଣ୍ଡନ କରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଏଭଳି ଭିତ୍ତିହୀନ ଅଭିଯୋଗ ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ଧ୍ୟାନ ହଟାଇବାକୁ ଅଭିପ୍ରେତ, ଯେଉଁମାନେ କାନାଡାରେ ଆଶ୍ରୟ ନେଇ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଖାଲିସ୍ତାନୀ ନେତାଙ୍କ ମୃତ୍ୟୁ ଘଟଣାରେ କାନାଡ଼ା ଭାରତୀୟ ଅଧିକାରୀଙ୍କୁ ବହିଷ୍କାର କରିବା ପରେ ଏହାର ଜବା‌ବରେ ଭାରତ ପକ୍ଷରୁ ଜଣେ ବରିଷ୍ଠ କାନାଡ଼ା କୂଟନୀତିଜ୍ଞଙ୍କୁ ବହିଷ୍କାର କରାଯାଇଛି।

ହ୍ୱାଇଟ୍ ହାଉସ୍‌ର ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ଆଡ୍ରିନ୍ ୱାଟସନ୍ ଏକ ସଂକ୍ଷିପ୍ତ ବିବୃତିରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଆମେ ଗଭୀର ଚିନ୍ତିତ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀଙ୍କ ମୁଖପାତ୍ର ପେନି ଓଙ୍ଗ କହିଛନ୍ତି ଯେ, କାନବେରାର ଉଦ୍‌ବେଗକୁ ବରିଷ୍ଠ ସ୍ତରରେ ନୂଆଦିଲ୍ଲୀକୁ ଅବଗତ କରାଯାଇଛି। ଅଷ୍ଟ୍ରେଲିଆ ବିଶ୍ୱାସ କରେ ଯେ ସମସ୍ତ ଦେଶ ସାର୍ବଭୌମତ୍ୱ ଏବଂ ଆଇନର ଶାସନକୁ ସମ୍ମାନ ଦେବା ଉଚିତ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ୭,୫୦,୦୦୦ ଭାରତୀୟ ସମୁଦାୟ ବସବାସ କରନ୍ତି ଏବଂ ଦେଶରେ ଖଲିସ୍ତାନ ସମର୍ଥକ ତତ୍ତ୍ୱମାନଙ୍କ ଦ୍ୱାରା ରାଲି ଏବଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ଯେଉଁଥିରେ ଏକ ସ୍ୱତନ୍ତ୍ର ଶିଖ୍ ଦେଶ ଗଠନ ପାଇଁ ଏକ ତଥାକଥିତ ଗଣମତ ମଧ୍ୟ ସାମିଲ ଅଛି। ଏଭଳି କିଛି ଘଟଣାରେ ଘଟିଥିବା ହିଂସାକୁ ଅଷ୍ଟ୍ରେଲିଆ ନିନ୍ଦା କରିବା ସହ ଏହା ଭାରତ ବିରୋଧରେ ଖଲିସ୍ତାନୀଙ୍କ ଗଣମତକୁ ସ୍ୱୀକୃତି ଦେବନାହିଁ ବୋଲି ସେ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button