ଦେଶ

‘ଯୁଦ୍ଧ ପାଇଁ ପ୍ରସ୍ତୁତ’ ଚୀନ୍ ଆମେରିକା ପାଇଁ ବିପଦ: ନିକ୍କି ହାଲି – Ibnodisha

[ad_1]

ୱାସିଂଟନ: ଆମେରିକା ଏବଂ ବିଶ୍ବ ପାଇଁ ଚୀନ୍‌କୁ ଏକ ‘ବିପଦ’ ବୋଲି ବର୍ଣ୍ଣନା କରି ଭାରତୀୟ-ଆମେରିକୀୟ ରିପବ୍ଲିକାନ୍ ରାଷ୍ଟ୍ରପତି ଆଶାୟୀ ନିକ୍କି ହାଲି କହିଛନ୍ତି ଯେ, ବେଜିଂ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଆମେରିକାକୁ ପରାସ୍ତ କରିବାକୁ ଚୀନ୍ ଅର୍ଦ୍ଧଶତାବ୍ଦୀ ବିତାଇଛି ଏବଂ କେତେକ କ୍ଷେତ୍ରରେ ଚୀନ୍ ସେନା ଆମେରିକାର ସଶସ୍ତ୍ର ବାହିନୀ ସହିତ ସମାନ ହୋଇସାରିଛି ବୋଲି ହାଲି ଶୁକ୍ରବାର ନ୍ୟୁ ହାମ୍ପସାୟରରେ ଅର୍ଥନୀତି ଉପରେ ଏକ ପ୍ରମୁଖ ନୀତି ଭାଷଣରେ କହିଛନ୍ତି। ଭାରତୀୟ-ଆମେରିକୀୟ ରିପବ୍ଲିକାନ ପ୍ରତିଦ୍ୱନ୍ଦ୍ୱୀ ବିବେକ ରାମସ୍ୱାମୀ ଚୀନ୍ ଉପରେ ଓହିଓରେ ବୈଦେଶିକ ନୀତି ଭାଷଣ ଦେବାର ଦୁଇ ଦିନ ପରେ ହାଲି ଏହି ଭାଷଣ ଦେଇଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଉଭୟ ହାଲି ଓ ରାମସ୍ୱାମୀ ଲୋକପ୍ରିୟ ଜିଓପି ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି।

ହାଲି କହିଛନ୍ତି, ଆମର ଜାତୀୟ ଅସ୍ତିତ୍ବ ପାଇଁ ଶକ୍ତି ଓ ଗର୍ବ ଅତ୍ୟନ୍ତ ଜରୁରୀ। ଚୀନ୍ ଆମେରିକାର ଅସ୍ତିତ୍ବ ପାଇଁ ବିପଦ। ଚୀନ୍ ଆମର ନିର୍ମାଣ ଶିଳ୍ପ ଚାକିରିକୁ ଛଡ଼ାଇ ନେଇଛି। ଆମର ଟ୍ରେଡ୍‌ ସିକ୍ରେଟ୍‌ଗୁଡ଼ିକୁ ଚୋରାଇ ନେଇଛି। ବର୍ତ୍ତମାନ ଏହା ଔଷଧଠାରୁ ଆରମ୍ଭ କରି ଉନ୍ନତ ଜ୍ଞାନକୌଶଳ ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକୁ ନିୟନ୍ତ୍ରଣକୁ ନେଇଛି। ରେକର୍ଡ ସମୟରେ ଏହା ଏକ ଅର୍ଥନୈତିକ ପଛୁଆ ଦେଶରୁ ପୃଥିବୀର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି। ସବୁ କ୍ଷେତ୍ରରେ ପ୍ରଥମ ହେବାକୁ ଚାହୁଛି ଚୀନ୍। ସେମାନେ ଏକ ବୃହତ୍, ଅତ୍ୟାଧୁନିକ ସେନା ନିର୍ମାଣ କରୁଛନ୍ତି, ଯାହା ଆମେରିକାକୁ ଧମକ ଦେବା ଏବଂ ଏସିଆ ତଥା ଏହାର ବାହାରେ ପ୍ରାଧାନ୍ୟ ବିସ୍ତାର କରିବାରେ ସକ୍ଷମ ବୋଲି ଦକ୍ଷିଣ କାରୋଲିନାର ପୂର୍ବତନ ରାଜ୍ୟପାଳ କହିଛନ୍ତି। ଚୀନ୍‌ର ନେତାମାନେ ଏତେ ଆତ୍ମବିଶ୍ୱାସୀ ଯେ ସେମାନେ ଆମ ଆକାଶକୁ ଗୁପ୍ତଚର ବେଲୁନ୍ ପଠାଉଛନ୍ତି ଏବଂ ଆମ ଉପକୂଳ ନିକଟରେ କ୍ୟୁବାରେ ଗୁପ୍ତଚର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଏହି ଅବସରରେ ହାଲି କହିଥିଲେ ସେ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି, ତେବେ ମଧ୍ୟବିତ୍ତ ଆମେରିକୀୟଙ୍କୁ ପ୍ରକୃତ ଆଶ୍ବସ୍ତି ଓ ଆର୍ଥିକ ସ୍ୱାଧୀନତା ମିଳିବ। ପ୍ରତ୍ୟେକ ମଧ୍ୟବିତ୍ତ ପରିବାର ହଜାର ହଜାର ଟଙ୍କାର ଟ୍ୟାକ୍ସ ରିଲିଫ ପାଇବେ। ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ ଆୟକର ମଧ୍ୟ ହ୍ରାସ କରିବେ ବୋଲି ହାଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button