ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା; ପାପ ଲୁଚାଇବାକୁ ଜୀବନ ନେଲା – Ibnodisha
[ad_1]
ଭୋପାଳ: ମଧ୍ୟ ପ୍ରଦେଶରେ ଲଜ୍ଜା । ସାବତ ବାପାର ନାରକୀୟ କାଣ୍ଡ । ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ସାବତ ବାପା । ନିଜ ପାପ ଲୁଚାଇବାକୁ ଯାଇ ଝିଅକୁ ହତ୍ୟା କରିବା ପରେ ରେଲୱେ ଷ୍ଟେସନ କ୍ରସିଂରେ ଫୋପାଡି ଦେଲା ସଇତାନ ବାପା । ମୃତ୍ୟୁର ଦୁଇ ଦିନ ପରେ ପୁରା ଘଟଣାର ପର୍ଦାଫାସ କଲା ପୋଲିସ । ହତ୍ୟାକାରୀ ସାବତ ବାପା ସହଦେବକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି । ଶନିବାର ଦିନ ଗୋରେଘାଟ ରେଳ କ୍ରସିଂ ନିକଟରେ ନାବାଳିକାର ମୃତଦେହ ପଡଥିବା ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ତଦନ୍ତ କରିଥିଲା । ତଦନ୍ତ ସମୟରେ ପୋଲିସ ନାବାଳିକା ହତ୍ୟାର କାରଣ ଜାଣିବାକୁ ପାଇଥିଲା । ନାବାଳିକାର ସାବତ ବାପା ତାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲା । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହେବାରୁ ନିଜ କୁକର୍ମକୁ ଲୁଚାଇବାକୁ ଯାଇ ସେ ଝିଅକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ଏଥି ପାଇଁ ଅଗଷ୍ଟ ୩୦ ତାରିଖରେ ନାବାଳିକାଙ୍କ ସହ ଗଡରୱାଡା ଅଭିମୁଖେ ଟ୍ରେନରେ ଯାତ୍ରା କରିଥିଲା ସହଦେବ । କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଗୋରେଘାଟର ରେଳ କ୍ରସିଂ ନିକଟରେ ନିଜ ଝିଅକୁ ପୁଣି ଥରେ ଦୁଷ୍କର୍ମ କରି ହତ୍ୟା କରିବା ପରେ ମୃତଦେହକୁ ଫୋପାଡି ଦେଇଥିଲା । ଏହାପରେ ପୋଲିସ ଗତକାଲି ମୃତଦେହ ଉଦ୍ଧାର କରିଥିଲା । ଏନେଇ ପୋଲିସ କହିଛି ଯେ, ସହଦେବ ଦ୍ୱିତୀୟ ବିବାହ କରିଥିଲା । ଦ୍ୱିତୀୟ ପତ୍ନୀର ୩ ଜଣ ଝିଅ ରହିଥିଲେ ।
୨ ଜଣଙ୍କର ବିବାହ ହୋଇସାରିଥିବା ବେଳେ ସାନ ଝିଅ ସହଦେବ ପାଖରେ ରହୁଥିଲା । ଏହାର ସୁଯୋଗ ନେଇ ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିଲା ତାର ବାପା । ଯେତେବେଳେ ସେ ଗର୍ଭବତୀ ହୋଇଥିବା ଜଣିବାକୁ ପାଇଥିଲା ସେହି ସମୟରେ ନିଜ ଦୋଷକୁ ଲୁଚାଇବାକୁ ଝିଅକୁ ହତ୍ୟା କରିବା ପାଇଁ ଚିନ୍ତା କରିଥିଲା । ପୋଲିସ ସହଦେବଙ୍କୁ ଏ ବିଷୟରେ ପଚରାଉଚରା ପରେ ସେ ସତ ମାନିଥିବା ଜଣାପଡିଛି । ଜୁଲାଇ ୨୪ ତାରିଖରେ ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି । ଜନ୍ମିତ ଝିଅକୁ ତାର ବାପା ଦୁଷ୍କର୍ମ କରିବାରୁ ନାବାଳିକ ଜଣଙ୍କ ଗର୍ଭବତୀ ହୋଇଥିଲେ । କେବଳ ତାର ବାପା ନୁହେଁ ବିବାହର ପ୍ରତିଶୃତି ଦେଇ ପଡୋଶୀ ଯୁବକ ମଧ୍ୟ ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଏନେଇ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବାପା ସହ ପଡୋଶୀ ଯୁବକୁ ମିଶାଇ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
[ad_2]