ରାଜ୍ୟ

ଗଣେଶ ପୂଜାରେ ପ୍ରେକ୍ଷାଳୟକୁ ଆସିବ ଓଡ଼ିଆ ସିନେମା ପୁଷ୍କରା, ରିଲିଜ ହେଲା ଅଡିଓ ରିଲିଜ୍ – Ibnodisha

[ad_1]

ଭୁବନେଶ୍ବର: ‘ପୁଷ୍କରା’ ସିନେମାର ଅଡିଓ ରିଲିଜ୍ ଶନିବାର ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ଭଜନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଶଙ୍କର ତ୍ରିପାଠୀଙ୍କ ଏକ ଲୋକପ୍ରିୟ ଓଡ଼ିଆ ଉପନ୍ୟାସର ମୌଳିକ କାହାଣୀ ଉପରେ ଆଧାରିତ ଥିବା ସହ ସିନେମାରେ ପୁରାତନ ଲେଖକ ବାଉଳି ଦାସଙ୍କ ପ୍ରସିଦ୍ଧ ଲୋକଗୀତ “ନୂଆ ଘର ଖଣ୍ଡି ଦିନେ ପୁରୁଣା ହେବ” ଥିବାରୁ ଏହାର ଉନ୍ମୋଚନ ଲିଙ୍ଗରାଜ ମନ୍ଦିର ଭଳି ଏକ ପବିତ୍ର ସ୍ଥାନରେ କରିବାକୁ ପ୍ରଯୋଜନା ସଂସ୍ଥା ପ୍ରୟାସ କରିଥିଲା।

ଆଜି ଲିଙ୍ଗରାଜ ମନ୍ଦିରର ଅନେକ ସେବାୟତ, ପୁରୁଣା ଭୁବନେଶ୍ୱରର କିଛି ମାନ୍ୟଗନ୍ୟ ବ୍ୟକ୍ତି, ପୁଷ୍କରା ଚଳଚ୍ଚିତ୍ରର କଳାକାର ଓ ନିର୍ମାତା ଏକାଠି ହୋଇ ଏହି ସିନେମାର ଅଡିଓ ରିଲିଜ୍ କରିଥିଲେ। ସିନେମାର ଟ୍ରେଲର ଦେଖି ଲୋକଙ୍କ ଉତ୍କଣ୍ଠା ସିନେମା ପ୍ରତି ବଢ଼ିଥିବା ବେଳେ, ଏହି ଭଳି ଏକ ପୁରାତନ ଓଡ଼ିଆ ସଙ୍ଗୀତକୁ ସିନେମାରେ ଉଦ୍ଜିବିତ କରାଯାଇ ତାକୁ ଅତି ସୁନ୍ଦର୍ ଭାବେ ରିଆଲିଷ୍ଟିକ୍ ଲୋକେସନ୍ ମାନଙ୍କରେ ସୁଟିଂ କରାଯାଇଥିବାରୁ ନିଶ୍ଚୟ ସିନେପ୍ରେମୀଙ୍କୁ ଏକ ନୂଆ ଅନୁଭୂତି ପିଷ୍କରା ଦେବ ତାହା ସ୍ପଷ୍ଟ ହେଉଛି। ସିନେମା ସେପ୍ଟେମ୍ବର ୧୯ ଗଣେଶ ପୂଜା ଦିନ ମୁକ୍ତିଲାଭ କରିବ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button