ସ୍ଥାୟୀ ନିଯୁକ୍ତି ଦାବିରେ ସି ଆଇ ଟି ୟୁ ଆହ୍ଵାନରେ ସଫାଇ କର୍ମଚାରୀମାନଙ୍କ ଲୋୟର ପି ଏମ୍ ଜି ରେ ରାଜ୍ୟ ସ୍ତରୀୟ ବିକ୍ଷୋଭ – Ibnodisha

[ad_1]
ଭୁବନେଶ୍ୱର : ଆଜି ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ମଜୁରୀ ଦାବି ରେ ସି ଆଇ ଟି ୟୁ ଆହ୍ଵାନରେ ରାଜ୍ୟର ବିଭିନ୍ନ ସହରାଞ୍ଚଳ ରୁ ଆସିଥିବା ଶହ ଶହ ଡି ଏଲ ଆର, ସି ଏଲ ଆର ସଫାଇ କର୍ମଚାରୀମାନଙ୍କ ଲୋୟର ପି ଏମ୍ ଜି ରେ ରାଜ୍ୟ ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ, ବ୍ରହ୍ମପୁର ମହାନଗର ନିଗମ, କଟକ ମହାନଗର ନିଗମ, ପୁରୀ ମୁନିସ ପାଲୀଟି, ଛତ୍ରପୁର ମ୍ୟୁନିଶି ପାଲିଟି, ରମ୍ଭା, ନୟାଗଡ଼, ଖୋର୍ଦ୍ଧା ପ୍ରଭୃତି ସହାରଞ୍ଚଳ ରୁ ବିଭିନ୍ନ ଶ୍ରମିକ ସଂଘ ନେତୃତ୍ବରେ ୫୦୦ ଶହ ରୁ ଅଧିକ ସଫା ଇ ଶ୍ରମିକ ଯୋଗ ଦେଇଥିଲେ। ସି ଆଇ ଟି ୟୁ ର ରାଜ୍ୟ ସମ୍ପାଦକ ଶ୍ରୀ ପ୍ରଦୀପ୍ତ ନାୟକଙ୍କ ପରିଚାଳନାରେ ଲୋୟର ପି ଏମ୍ ଜି ରେ ଅନୁଷ୍ଠିତ ବିକ୍ଷୋଭ ସମାବେଶରେ ରାଜ୍ୟ ଉପ ସଭାପତି ଶ୍ରୀମତୀ ପୁଷ୍ପା ଦାଶ, ଶ୍ରୀ ସତ୍ୟାନନ୍ଦ ବେହେରା, ବ୍ରହ୍ମପୁର ମହାନଗର ସଫେଇ କର୍ମଚାରୀ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ ଶଙ୍କର ସୁନ୍ଦର୍ ନାୟକ, କଟକ ମହାନଗର ମେହେନ୍ତର ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଉମେଶ ଚନ୍ଦ୍ର ନାୟକ, ପୁରୀ ମ୍ୟୁନିସିପାଲଟି ମେହେନ୍ତର୍ ସଂଘର ସଭାପତି ଶ୍ରୀ ଜଗନ୍ନାଥ ଦେଓ , ସାଧାରଣ ସମ୍ପାଦକ ଶ୍ରୀ ଟୁନା ନାୟକ , ଭୁନେଶ୍ବର ମହାନଗର ନିଗମ ୱର୍କର୍ସ ୟୁନିୟନର ସାଧାରଣ ସମ୍ପାଦକ ଶ୍ରୀ ଗୁରୁବାରି ନାୟକ, ଉପସଭାପତି ଶ୍ରୀ ବଳରାମ ନାୟକ ପ୍ରଭୃତି ନେତାମାନେ ବକ୍ତବ୍ୟ ପ୍ରଦାନ କରି ସଫେଇ କର୍ମଚାରୀ ମାନେ ସମାଜର ସବୁଠାରୁ ନିକୃଷ୍ଟ ଧରଣର କାର୍ଯ୍ୟ ଖରା, ବର୍ଷା, ଶୀତ ଓ ପ୍ରାକୃତିକ ଦୁର୍ବିପକରେ କରି ସମଗ୍ର ରାଜ୍ୟର ପରିବେଶ ପରିଷ୍କାର ପରିଚ୍ଛନ୍ନ ରଖୁଛନ୍ତି, ନିଜ ଜୀବନକୁ ପୂତି ଗନ୍ଧମୟ ପରିବେଶରେ ରଖି ରୋଗ ବୈରାଗ ରେ ଘାଣ୍ଟି ହେଉଛନ୍ତି। ୨୦/୨୫ ବର୍ଷ କାମ କରି ସରିଲା ପରେ ବି ସେହି ଅସ୍ଥାୟୀ ଶ୍ରମିକ ଭାବରେ କାମ କରି ରାଜ୍ୟର ସମସ୍ତ ସହରାଞ୍ଚଳ ର ହଜାର ହଜାର ଶ୍ରମିକ ମୃତ ବତ ବଞ୍ଚିଛନ୍ତି। ସେମାନଙ୍କୁ ଅଣକୁଶଳୀ ରୋଜ ରାଜ୍ୟ ସରକାର ଦେବା ଶ୍ରମିକ ଶୋଷଣ ବୋଲି ଅଭିହିତ କରି ଶ୍ରୀ ନାୟକ ତୁରନ୍ତ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ଦାବି କରିଥିଲେ। ଶ୍ରୀ ନାୟକ ଙ୍କ ନେତୃତ୍ବରେ ଏକ ଛଅ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସରକାରଙ୍କ ସହରାଞ୍ଚଳ ପ୍ରଶାସନ ନିର୍ଦ୍ଧେଶକ ଙ୍କୁ ଦାବିପତ୍ର ଖାରବେଳ ଭବନ ଠାରେ ପ୍ରଦାନ କରିଥିଲେ। ନିର୍ଦ୍ଧେଶକ ମହୋଦୟ ସଫାଇ ଶ୍ରମିକ ମାନଙ୍କ କଥା ସରକାର ବିଚାର କରୁଛନ୍ତି ବୋଲି ଆଲୋଚନାରେ ଭାଗ ନେଇ ଭବିଷ୍ୟତରେ ନିଶ୍ଚିନ୍ତ ସୁଫଳ ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭ ପ୍ରଦର୍ଶନ ଶେଷ ହୋଇଥିଲା।
[ad_2]




