ରାଜ୍ୟ
ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ରଲରକୁ ଧକ୍କା ଦେଇଛି କାର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବାସହିତ କାର ଚାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ , ଆଜି ସୁନ୍ଦରଗଡ଼ ଟାଉନ ଥାନା ନିକଟରେ ଗୋଟେ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଟ୍ରଲରକୁ ପଛ ପଟୁ ଧକ୍କା ଦେଇଥିଲ କାର । ଯାହାଫଳରେ କାରଟି ଟ୍ରଲର ତଳେ ପଶିଯାଇଥିଲା । କାର ପଛରେ ବସିଥିବା ବ୍ୟକ୍ତିଙ୍କର ମୃତ୍ୟୁ ହେବାସହିତ କାର ଚାଳକ ଗୁରୁତର ହୋଇଛନ୍ତି । ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । କେଉଁ କାରଣରୁ କାର ଚାଳକ ଟ୍ରଲରକୁ ଧକ୍କା ଦେଇଥିଲେ ତାର କାରଣ ଏ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।
[ad_2]


