ସପିଂ ସାରି ଫେରିବାବେଳେ ସ୍ୱାମୀ ସ୍ତ୍ରୀଙ୍କ ସହ ସୁରକ୍ଷାକର୍ମୀଙ୍କର ହେଲା ପାଟିତୁଣ୍ଡ, ପରେ ଏହା ନେଲା ସାଂଘାତିକ ରୂପ
ସପିଂ ମଲରେ ଗ୍ରାହକଙ୍କ ସହ ଦୁର୍ବ୍ୟବହାର କଲେ ସିକ୍ୟୁରିଟୀ ଗାର୍ଡ । ଗ୍ରାହକ ଦମ୍ପତିଙ୍କୁ ଟଣାଭିଡା କରିବା ସହ କଲେ ମାରପିଟ୍ । ଏମିତିକି ଦମ୍ପତିଙ୍କୁ କଲେ ମରଣାନ୍ତକ ଆକ୍ରମଣ । ଦେଖୁନାହାଁନ୍ତି କେମିତି ଅବସ୍ଥା ହୋଇଛି ଦମ୍ପତିଙ୍କର । ସପିଂ କରିବାକୁ ଯାଇଥିଲେ ଗୁରୁତର ଆହତ ହୋଇ ଫେରିଲେ ।
ହଁ ଆଜ୍ଞା ଏ ଦମ୍ପତି ଆଦୌ ବି ଜାଣିନଥିଲେ ଯେ ସପିଂ ମଲରେ ତାଙ୍କ ସହ ଏମିତି କିଛି ହେବ ବୋଲି ।
ଦମ୍ପତି ବଜାର ଛକ ନିକଟ ଏକ ସପିଂ ମଲକୁ ଯାଇଥିଲେ। କିଣାକିଣି ସାରି ଉଭୟ ଫେରିବା ବେଳେ ଏଣ୍ଟ୍ରି ଏକଜିଟକୁ ନେଇ ସୁରକ୍ଷାକର୍ମୀ ଓ ଗ୍ରାହକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସୁରକ୍ଷାକର୍ମୀ ଉତ୍କ୍ଷିପ୍ତ ହୋଇ ଗ୍ରାହକଙ୍କୁ ବୁଝାସୁଝା କରିଥିଲେ । ଦମ୍ପତିଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏହାପରେ ହୋଇଥିଲା ଜୋରସୋରରେ ପାଟିତୁଣ୍ଡ ଗଣ୍ଟଗୋଳ ଧସ୍ତାଧସ୍ତି । ତେବେ ଏହାପରେ ଗ୍ରାହକ ଫେରିବାବେଳେ ସୁରକ୍ଷାକର୍ମୀ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଉତ୍ତେଜନା ଆହୁରି ଅଧିକ ବୃଦ୍ଧି ପାଇଥିଲା ।
ଏ ଘଟଣାକୁ ନେଇ ପୋଲିସକୁ ଖବର ଦିଆଗଲା । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ଉଭୟ ସୁରକ୍ଷାକର୍ମୀ ଓ ଗ୍ରାହକ ଥାନାରେ ପହଞ୍ଚି ପୃଥକ ପୃଥକ ଅଭିଯୋଗ କରିଥିବା ଜଣାପଡିଛି। ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି ।
ତେବେ ଯାହା ସୂଚନା ରହିଛି ପ୍ରସ୍ଥାନ ପଥରେ ନଆସି ପ୍ରବେଶ ପଥ ଦେଇ ବାହାରୁଥିଲେ। ଫଳରେ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲେ। ଏବଂ ପରବର୍ତ୍ତୀ ମୂହୁର୍ତ୍ତରେ ତାଙ୍କୁ ଠେଲି ଦେଇଥିଲେ। ଫଳରେ ତାଙ୍କ ଛାତିରେ ଆଘାତ ଲାଗିଥିଲା। ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ ଅଟକାଇବାକୁ ଯାଇ ତାଙ୍କ ହାତରେ ବି ଆଘାତ ଲାଗିଛି । ବିବାଦ ଉଗ୍ର ରୂପ ନେବାରୁ ସପିଂ ମଲର ମ୍ୟାନେଜର ଗ୍ରାହକଙ୍କୁ ଭିତରକୁ ଡାକି ବୁଝାସୁଝା କରିଥିଲେ । ପରେ ଏହାକୁ ନେଇ ଥାନାରେ ଉଭୟ ପକ୍ଷରୁ ଏତଲା ଦିଆଯାଇଛି ।
ଏପଟେ ସୁରକ୍ଷାକର୍ମୀ ବି ଆହତ ହୋଇଥିବା କ୍ୟାମେରାରେ ଦେଖାଯାଉଛି । କିନ୍ତୁ ସୁରକ୍ଷାକର୍ମୀ କିମ୍ବା ମଲ୍ ମ୍ୟାନେଜରଙ୍କର କୌଣସି ବି ପ୍ରତିକ୍ରୀୟା ମିଳିପାରିନି । ତେବେ ସେ ଯାହା ବି ହେଉନା କାହିଁକି ମଲ୍ ଭିତରେ ଜଣେ ଗ୍ରାହକଙ୍କ ସହ ଏପରି ବ୍ୟବହାର ନିହାତି ଭାବେ ନିନ୍ଦନୀୟ । ଦୋଷ ଯାହାର ଥାଉ ନା କାହିଁକି ଏହା ବିରୁଦ୍ଧରେ ତଦନ୍ତ ହେବା ନିହାତି ଦରକାର ।