ଦେଶ

ନାତୁଣୀର ଚିକିତ୍ସା କରାଇବାକୁ ଯାଇଥିବା ବେଳେ ବନ୍ଧୁକ ଧରି ଡାକ୍ତରଖାନାରେ ପଶିଗଲେ ବିଧାୟକ – Ibnodisha

[ad_1]

ଭାଗଲପୁର: ବିହାରର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ନରେନ୍ଦ୍ର କୁମାର ନୀରଜ ଓରଫ ଗୋପାଳ ମଣ୍ଡଳ ତାଙ୍କ ବିବୃତି ଏବଂ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ବିଧାୟକ ତାଙ୍କ ବନ୍ଧୁକ ଧରି ଡାକ୍ତରଖାନାରେ ପହଞ୍ଚିବା ନେଇ ଚର୍ଚ୍ଚାକୁ ଆସିଛନ୍ତି।

ସୂଚନା ମୁତାବକ, ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ ତାଙ୍କ ନାତୁଣୀ ଅବନୀଙ୍କ ସିଟି ସ୍କାନ କରିବା ପାଇଁ ମାୟାଗଞ୍ଜର ଜବାହାରଲାଲ ନେହେରୁ ଚିକିତ୍ସା ମହାବିଦ୍ୟାଳୟ ହସ୍ପିଟାଲରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କ ହାତରେ ବନ୍ଧୁକ ଥିଲା ଏବଂ ତାଙ୍କ ସହ ତାଙ୍କ ସୁରକ୍ଷାକର୍ମୀମ‌ାନେ ମଧ୍ୟ ଥିଲେ। ହାତରେ ବନ୍ଧୁକ ଦେଖି ଡାକ୍ତରଖାନାରେ ଥିବା ରୋଗୀ ଡରିବାରୁ ସେ ସେଠାରୁ ବାହାରକୁ ଚାଲି ଆସିଥିଲେ। ଏଭଳି ବନ୍ଧୁକ ଧରି କାହିଁକି ଡାକ୍ତରଖାନା ଭିତରକୁ ଯାଇଥିଲେ ବୋଲି ଜାତୀୟ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ କହିଥିଲେ, ମୋର ରାଜନୈତିକ ଶତ୍ରୁ ବହୁତ ଅଧିକ ଅଛନ୍ତି। ସେଥିପାଇଁ ନିଜର ସୁରକ୍ଷା କରିବାକୁ ମୁଁ ପାଖରେ ବନ୍ଧୁକ ରଖେ। ଏହାର ଲାଇସେନ୍ସ ବି ମୋ ପାଖରେ ଅଛି। ପୂର୍ବରୁ ଅପରାଧୀଙ୍କଠାରୁ ବିପଦ ଥିଲା, ଏବେ ରାଜନେତାଙ୍କଠାରୁ ବିପଦ ରହିଛି। ମୁଁ ସାଂସଦ ହେବାକୁ ପ୍ରସ୍ତୁତ ହେବା ଦିନଠାରୁ ଅନେକ ରାଜନୈତିକ ବ୍ୟକ୍ତି ତାଙ୍କର ଶତ୍ରୁ ପାଲଟିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button