ଦେଶ

ବିହାରରେ ଛାତ ଉପରେ ବସି ପରୀକ୍ଷା ଦେଉଛନ୍ତି ପିଲା: ଫଟୋ ଓ ଭିଡ଼ିଓ ଭାଇରାଲ – Ibnodisha

[ad_1]

ମୁଙ୍ଗେର: ବିହାରର ମୁଙ୍ଗେର ଜିଲ୍ଲାରେ ପିଲାମାନେ ସ୍କୁଲ ଛାତ ଉପରେ ଓ ହଲ୍ ଘର ଦଲାଣରେ ବସି ପରୀକ୍ଷା ଦେଉଛନ୍ତି। ପରୀକ୍ଷା କେନ୍ଦ୍ରଗୁଡ଼ିକ‌ରେ ସିଟ୍ ଆରେଞ୍ଜମେଣ୍ଟ ହୋଇ ନ ଥିବାରୁ ପ୍ଲାଷ୍ଟିକ୍ ଚେୟାରରେ ଚାରିଜଣ ଲେଖା ଦଳ ଦଳ ହୋଇ ବସି ପରୀକ୍ଷା ଦେଉଛନ୍ତି। ଏହାର ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଦୁଇଟି ଘଟଣାରେ ଜଗନ୍ନାଥ +୨ ହାଇସ୍କୁଲରେ ପିଲାମାନେ ସ୍କୁଲ୍ ଛାତ ଉପରେ ପରୀକ୍ଷା ଦେଉଥିବା ବେଳେ ମୁଙ୍ଗେର ଆର୍‌ଏସ୍ କଲେଜରେ ଏନ୍‌ସିସି କ୍ୟାଡେଟମାନେ ପରୀକ୍ଷା ପରିଚାଳନାରେ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଭିଡ଼ିଓ ଭାଇରାଲ ହେବା ପରେ ମୁଙ୍ଗେର ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ରାମାଶିଷ ପୂରବେ ଆର୍‌ଏସ୍ କଲେଜ ପରିଦର୍ଶନ କରିଥିଲେ। ସେ ସଫେଇ ଦେଇ କହିଛନ୍ତି ଯେ, ଏନ୍‌ସିସି କ୍ୟାଡେଟ୍‌ମାନେ କପି ଯୋଗାଉ ନ ଥିଲେ ବରଂ ଶାନ୍ତିଶୃଙ୍ଖଳା ରକ୍ଷା କରୁଥିଲେ। କିନ୍ତୁ ଭାଇରାଲ ଭିଡ଼ିଓରୁ ଜଣାପଡ଼ିଛି ଯେ, ଏନ୍‌ସିସି କ୍ୟାଡେଟ୍‌ମାନେ କପି ଯୋଗାଉଥିଲେ ଓ ଇନ୍‌ଭିଜିଲେଟର ଭାବେ କାର୍ଯ୍ୟ କରୁଥିଲେ। ଏଭଳି ପରୀକ୍ଷାରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button