ମନୋରଞ୍ଜନ

ଓଡ଼ିଆ ସିନେମା ‘ପୁଷ୍କରା’ର ସଫଳତା ପାଇଁ ନିଜ ସ୍କୁଲରେ ସମ୍ବର୍ଦ୍ଧିତ ହେଲେ ସବ୍ୟସାଚୀ – Ibnodisha

[ad_1]

ଭୁବନେଶ୍ବର: ଆମ ସମସ୍ତଙ୍କ ଜୀବନର ଅଭୂଲା ସ୍ମୃତି ଆମ ସ୍କୁଲ। ଆଜି ଏମିତି ଏକ କଥା ଘଟିଲା ଯାହା ମୋ ଜୀବନ ଯାକ ଭୁଲି ପାରିବିନାହିଁ। ମୋ ସ୍କୁଲ, ଯୋଉଠି ମୁଁ ଦଶମ ଶ୍ରେଣୀ ପାସ୍ କରିଥିଲି (ୟୁନିଟ ୧ ଉଚ୍ଚ ବାଳକ ବିଦ୍ୟାଳୟ), ଆଜି ସେଇ ସ୍କୁଲ୍‌ରେ ମତେ ମୋ ସିନେମା ‘ପୁଷ୍କରା’ର ସଫଳତା ପାଇଁ ସମ୍ବର୍ଦ୍ଧିତ କରାଗଲା। ପୁରାତନ ଛାତ୍ର ସଂଘ, ବର୍ତ୍ତମାନ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏହି ସମ୍ମାନ ମତେ ଅନେକ ଆନନ୍ଦ ଆଣିଦେଲା। ସତ କହିବାକୁ ଗଲେ, ନ୍ୟାସନାଲ/ଇଣ୍ଟରନ୍ୟାସନାଲ ଆୱାର୍ଡ ପାଇବା ଖୁସି ଠାରୁ ହଜାର ଗୁଣ ଖୁସି ଯେତେବେଳେ ନିଜ ସ୍କୁଲ ତା ପୁରୁଣା ଛାତ୍ରକୁ ସମ୍ମାନିତ କରେ। ଏଇ ଖୁସି ମତେ କେତେ ଆନନ୍ଦ ଦେଇଛି ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର ଏହା କହିଛନ୍ତି।

ଏକ ଭାବବିହ୍ୱଳ ପରିବେଶରେ ମୁଁ ଫେରି ଯାଇଥିଲି ମୋର ସେଇ ପୁରୁଣା ସ୍ମୃତିକୁ ଯୋଉଠି ମୁଁ ମୋର ପ୍ରଥମ ଷ୍ଟେଜ ଡ୍ରାମା କରିଥିଲି ଆଉ ଆଜି ସେଇ ସ୍କୁଲରେ ପୁଷ୍କରା ସିନେମା ପାଇଁ ସମ୍ବର୍ଦ୍ଧିତ ହେଲି। ଧନ୍ୟବାଦ ଦେବି ୟୁନିଟ ୧ ବାଳକ ଉଚ୍ଚ ବିଦ୍ୟାଳୟର ପୂରାତନ ଛାତ୍ର ତଥା ସମ୍ମାନନୀୟ ପୁଲିସ୍ କମିସନର ସୋମେନ୍ଦ୍ର ପ୍ରିୟଦର୍ଶୀ, ଡ଼ଃ ମଧୁ ମାଧବ ଜେନା, ମୋ ସ୍କୁଲ୍ ଅଭିଯାନ ସଭାପତି, ପୁରାତନ ଛାତ୍ର ସଂଘର ଉପସଭାପତି ଶିଳଭଦ୍ର ଶାସ୍ତ୍ରୀ, ଡ଼ଃ ଅରବିନ୍ଦ ମହାନ୍ତି, ଲିଙ୍ଗରାଜ ସେଠି, ଗଣେଶ ମହାପାତ୍ର, ବୁବୁ ଦାସ, ବରିଷ୍ଠ ସାମ୍ବାଦିକ ପିୟୁଷ ମହାନ୍ତି, ହେଡ୍ ମିଷ୍ଟ୍ରେସ୍ ରିନା ମଲ୍ଲିକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅନେକ ପୁରାତନ ଛାତ୍ରଙ୍କୁ ମତେ ଏଇ ଅଭୁଲା ସ୍ମୁତି ଦେଇଥିବାରୁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button