ମନୋରଞ୍ଜନ

ବିଗିଡିଲା ଅଭିନେତା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା – Ibnodisha

[ad_1]

ମୁମ୍ବାଇ : ବିଗିଡିଲା ଶୋଏବଙ୍କ ସ୍ଵାସ୍ଥ୍ୟବସ୍ଥା । ହସ୍ପିଟାଲରେ ହେଲେ ଭର୍ତ୍ତି । ଶୋଏବଙ୍କ ପତ୍ନୀ ଦୀପିକା କକ୍କର ଏନେଇ ସୂଚନା ଦେଇଛନ୍ତି । ଦୀପିକା ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ ଶୋଏବଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଶୋଏବ ହସ୍ପିଟାଲ୍ ବେଡରେ ଶୋଇଛନ୍ତି । ଏହି ଫଟୋଟି ସେୟାର ହେବାପରଠାରୁ ପ୍ରଶଂସକମାନେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି । ଦୀପିକା କକ୍କର ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ସେଥିରେ କ୍ୟାପସନରେ ଲେଖିଛନ୍ତି ଯେ, ‘ତାଙ୍କ ମସ୍ତିଷ୍ଟ କାମ କରିବାକୁ ଚାହୁଁଛି କିନ୍ତୁ ଶରୀର କାମ କରିବାକୁ ଅସମର୍ଥ । ବର୍ତ୍ତମାନ ସେ ବହୁତ କଷ୍ଟରେ ଅଛନ୍ତି । ମୋ ହିରୋ ଶୀଘ୍ର ଭଲ ହୋଇଯାଅ । ତେବେ ଶୋ’ର ଫାଇନାଲ ପୂର୍ବରୁ ଶୋଏବ ଯଥାଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ଶୋଏବଙ୍କ ପ୍ରଶଂସକମାନେ ପ୍ରାର୍ଥନା କରୁଛନ୍ତି । ତେବେ ଶୋ’ର ଶେଷ ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button