ଦେଶ

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ – Ibnodisha

[ad_1]

ନୂଆଦିଲ୍ଲୀ : ଦିଲ୍ଲୀର ଦ୍ୱାରକା ସେକ୍ଟର ନମ୍ବର ୧୭ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଛି। ମୃତ ବ୍ୟକ୍ତି ଜଣକ ୬୦ ବର୍ଷୀୟ ଅରୁଣ କୁମାର ବୋଲି ଜଣାପଡିଛି। ଅରୁଣ ସ୍କୁଟରରେ ଯାଉଥିବା ବେଳେ ହଠାତ ଏକ ମର୍ସିଡିଜ୍ କାର୍ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା ବେଳେ ଚାରି ବର୍ଷର ଝିଅ ଗୁରୁତର ଆହତ ହୋଇଥିଲା। ତେବେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚାରି ବର୍ଷର ଝିଅର ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣାର ଅଧିକ ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button