ଦେଶ

ଅଗଷ୍ଟରେ ଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ୫୮% ବଢିଛି – Ibnodisha

[ad_1]

ନୂଆଦିଲ୍ଲୀ: ଚଳିତବର୍ଷ ଅଗଷ୍ଟରେ ପ୍ରତ୍ୟେକ ପରିବାର ବ୍ୟବହାର କରୁଥିବା ଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ୫୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ‘ଆକ୍ସିସ୍ ମାଇଇଣ୍ଡିଆ କନ୍‌ଜ୍ୟୁମର ସେଣ୍ଟିମେଣ୍ଟ୍ ଇଣ୍ଡେକ୍ସ’ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି । ଜୁନ୍ ଓ ଜୁଲାଇ ତୁଳନାରେ ଅଗଷ୍ଟରେ ଭାରତୀୟ ପରିବାରଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଖର୍ଚ୍ଚ ୨ ପ୍ରତିଶତ ବୃଦ୍ଧି ପାଇଛି । ତେବେ ବିଭିନ୍ନ ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ଉଚ୍ଚବର୍ଗ ପରିବାରଗୁଡିକରେ ଏ ବାବଦରେ ସର୍ବାଧିକ ୭୧ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଏହାପଛକୁ ତେଲେଙ୍ଗାନା (୬୭ ପ୍ରତିଶତ) ଏବଂ କର୍ଣ୍ଣାଟକ (୬୫ ପ୍ରତିଶତ) ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି । ବ୍ୟକ୍ତିଗତ ଏବଂ ଗୃହପୋଯୋଗୀ ସାମଗ୍ରୀ ମୂଲ୍ୟ ଅଗଷ୍ଟରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି । ଜୁଲାଇରେ ଏ ବାବଦ ଖର୍ଚ୍ଚ ୪୪ ପ୍ରତିଶତ ବୃଦ୍ଧି ପାଇଥିଲା ।

ଅପରପକ୍ଷରେ ସାଧାରଣ ପରିବାରଗୁଡିକର ଖର୍ଚ୍ଚକୁ ହିସାବକୁ ନେଲେ ତେଲେଙ୍ଗାନା (୬୭ ପ୍ରତିଶତ) ଶୀର୍ଷରେ ଥିବାବେଳେ ଏହାପଛକୁ ଆନ୍ଧ୍ରପ୍ରଦେଶ (୬୩ ପ୍ରତିଶତ) ଦ୍ୱିତୀୟ ଓ ତାମିଲନାଡୁ (୬୧ ପ୍ରତିଶତ) ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ଅଗଷ୍ଟରେ ଏୟାର-କଣ୍ଡିସନିଂ, କାର୍‌, ଫ୍ରିଜ୍ ଭଳି ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବାବଦ ଖର୍ଚ୍ଚ ମାତ୍ର ୬ ପ୍ରତିଶତ ବୃଦ୍ଧି ପାଇଛି । ଅତ୍ୟାବଶ୍ୟକ ଓ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ସିଆଇଏସ୍ ପକ୍ଷରୁ କରାଯାଇଥିବା ସର୍ଭେରେ ସାମିଲ ୭୦ ପ୍ରତିଶତ ପୁରୁଷ/ମହିଳା କହିଛନ୍ତି ଯେ ସେମାନେ ପ୍ରତିଦିନ ଟିଭି ସୋ’ ଦେଖନ୍ତି । ୮୭ ପ୍ରତିଶତ ସପ୍ତାହରେ ଅତିକମ୍‌ରେ ଥରେ ଟିଭି ଦେଖୁଥିବା ସ୍ୱୀକାର କରିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ମନୋରଞ୍ଜନ ପାଇଁ ଟିଭି ହେଉଛି ସର୍ବୋକୃଷ୍ଟ ମାଧ୍ୟମ ।

୬୪ ପ୍ରତିଶତ ଲୋକ ଦୈନିକ ସମ୍ବାଦପତ୍ର ପଢୁଥିବାବେଳେ ୮୦ ପ୍ରତିଶତ ଲୋକ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ୍‌ରେ ଭିଡିଓ କଣ୍ଟେଣ୍ଟ୍ ଦେଖୁଥିବା କହିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମର ପ୍ରବଳ ଚାହିଦା ସତ୍ତ୍ୱେ ପ୍ରିଣ୍ଟ୍ ମିଡିଆ ଏବେମଧ୍ୟ ଲୋକପ୍ରିୟତା ହରାଇନଥିବା ରିପୋର୍ଟରୁ ଜଣାପଡିଛି । ସିନେମା, କ୍ରୀଡା, ଥିଏଟର, ଯାତ୍ରା, ପାଲା ଭଳି ବିଭିନ୍ନ ମାଧ୍ୟମ ଥିବାବେଳେ ଟିଭି ଓ ସମ୍ବାଦପତ୍ର ଏବେମଧ୍ୟ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥିବା ରିପୋର୍ଟରେ କୁହାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button