ଦେଶ

ନେଦରଲାଣ୍ଡ୍ ବିଶ୍ୱକପ୍ ଦଳ ଘୋଷିତ; ଫେରିଲେ ଭାନ୍ ଡର ମେର୍‌ୱେ, ଏକରମ୍ୟାନ୍‌ – Ibnodisha

[ad_1]

ଆମ୍‌ଷ୍ଟରଡାମ୍ : ବିଶ୍ୱକପ୍ ପାଇଁ ୧୨ ବର୍ଷ ପରେ ଯୋଗ୍ୟତା ଅର୍ଜନ କରିଥିବା ନେଦରଲାଣ୍ଡ୍ ଗୁରୁବାର ଦଳ ଘୋଷଣା କରିଛି । ୧୫ ଜଣିଆ ସ୍କ୍ୱାଡ୍‌କୁ ଅଲ୍‌ରାଉଣ୍ଡର୍ ଭାନ୍ ଡର୍ ମେରୱେ, ସ୍ପିନର୍ କଲିନ୍ ଏକର୍‌ମ୍ୟାନ୍ ଏବଂ ଫାଷ୍ଟ୍ ବୋଲର୍ ପଲ୍ ଭାନ୍ ମିକରନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି । ତେବେ ବିଶ୍ୱକପ୍ କ୍ୱାଲିଫାୟର୍‌ରେ ଦଳର ସଦସ୍ୟ ଥିବା ବାମହାତୀ ପେସର୍ ଫ୍ରେଡ୍ କ୍ଲାସେନ୍ ଆହତ କାରଣରୁ ସ୍କ୍ୱାଡ୍‌ରେ ସ୍ଥାନ ହାସଲ କରିପାରି ନାହାନ୍ତି । ନେଦରଲାଣ୍ଡର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦରେ ଅକ୍ଟୋବର ୬ ତାରିଖରେ ପାକିସ୍ତାନ ବିପକ୍ଷରେ ହେବ ।

ୱିକେଟ୍‌କିପର୍ ବ୍ୟାଟର୍ ସ୍କଟ୍ ଏଡ୍‌ୱାର୍ଡସ୍ ବିଶ୍ୱକପ୍‌ରେ ଦଳର ଅଧିନାୟକ ହେବେ । ତାଙ୍କ ନେତୃତ୍ୱରେ ଦଳ ଜିମ୍ବାୱେରେ ଅନୁଷ୍ଠିତ କ୍ୱାଲିଫାୟର୍ ଫାଇନାଲ୍‌ରେ ସ୍ଥାନ ହାସଲ କରିଥିଲା । ଫାଇନାଲ୍ ପ୍ରବେଶ ଯୋଗୁଁ ହିଁ ଦଳ ବିଶ୍ୱକପ୍ ପାଇଁ ଯୋଗ୍ୟତା ଲାଭ କରିଥିଲା । କ୍ୱାଲିଫାୟର୍‌ରେ ଦଳର ସଦସ୍ୟ ଥିବା ମାଇକେଲ୍ ଲେଭିଟ୍‌, ଭିଭିୟନ୍ କିଙ୍ଗ୍‌ମା ଏବଂ କ୍ଲେଟର ଫ୍ଲାୟଡ୍‌ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିପରି ନୋଆହ କ୍ରସ୍‌, କ୍ଲାଇଲ୍ କ୍ଲେନ୍ ଏବଂ ଟିମ୍ ପ୍ରିଙ୍ଗଲ୍‌ଙ୍କୁ ଟ୍ରାଭେଲିଂ ରିଜର୍ଭ ରଖାଯାଇଛି ।

ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶ ଜନ୍ମିତ ୨୯ ବର୍ଷୀୟ ଅଲ୍‌ରାଉଣ୍ଡର୍ ତେଜା ନିଦାମାନୁରୁଙ୍କୁ ମଧ୍ୟ ବିଶ୍ୱକପ୍ ଦଳରେ ସାମିଲ କରାଯାଇଛି । ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ କ୍ୱାଲିଫାୟର୍ ମ୍ୟାଚ୍‌ରେ ୭୬ ବଲ୍‌ରେ ୧୧୧ ରନ୍ କରି ଦଳକୁ ବିଜୟ ଦେଇଥିଲେ । ତାଙ୍କ ବ୍ୟତୀତ ପଞ୍ଜାବର ଚିମା ଖୁର୍ଦରେ ଜନ୍ମିତ ୨୦ ବର୍ଷୀୟ ବିକ୍ରମଜିତ୍ ସିଂହ ମଧ୍ୟ ଦଳରେ ରହିଛନ୍ତି । କ୍ୱାଲିଫାୟର୍‌ରେ ସେ ଦଳ ପକ୍ଷରୁ ଇନିଂସ୍ ଓପନ୍ କରିଥିଲେ ।

ନେଦରଲାଣ୍ଡ୍ ସ୍କ୍ୱାଡ୍‌: ସ୍କଟ୍ ଏଡ୍‌ୱାର୍ଡସ୍ (ଅଧିନାୟକ), କଲିନ୍ ଏକର୍‌ମ୍ୟାନ୍‌, ଶାରିଜ୍ ଅହମଦ, ୱେସ୍‌ଲେ ବାରେସି, ଲୋଗନ୍ ଭାନ୍ ବିକ୍‌, ଆର୍ଯ୍ୟନ୍ ଦତ୍ତ, ସାଇବ୍ରାଣ୍ଡ୍ ଏଙ୍ଗଲ୍‌ବ୍ରେକ୍ଟ, ରୟାନ୍ କ୍ଲେନ୍‌, ବାସ୍ ଡି ଲିଡେ, ପଲ୍ ଭାନ୍ ମିକରନ୍‌, ରୁଲୋଫ୍ ଭାନ୍ ଡର୍ ମେର୍‌ୱେ, ତେଜା ନିଦାମାନୁରୁ, ମ୍ୟାକ୍ସ ଓ’ଡାଡ୍‌, ବିକ୍ରମଜିତ୍ ସିଂହ ଓ ସାକିବ୍ ଜୁଲ୍‌ଫିକାର୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button