ରାଜ୍ୟ

୧୬ରେ କଟକ ନେତାଜୀ ବସ୍‌‌ ଟର୍ମିନାଲ ଉଦ୍‌ଘାଟନ – Ibnodisha

[ad_1]

କଟକ : କଟକ ନେତାଜୀ ବସ୍‌‌ ଟର୍ମିନାଲ (ସିଏନବିଟି)ର ଆସନ୍ତା ୧୬ରେ ଉଦଘାଟନ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦଘାଟନ କରିବେ। ଏତଦ୍‌‌ ବ୍ୟତୀତ କଟକ ସହରରେ ନୂତନ ଭାବେ ଗଢିଉଠିଥିବା ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗୁରୁବାର କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ୍‌‌, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ପାଠାଗାର, ସିଲଭର ସିଟି ବୋଟିଂ କ୍ଲବ୍‌‌, ତାଳଦଣ୍ଡା ଫୁଡକୋର୍ଟ, କ୍ଲକ୍‌‌ ଟାୱାର, ଛତ୍ରବଜାର ଅର୍ବାନ ହାଟ, ତାଳଦଣ୍ଡା ଉଭୟ ପାର୍ଶ୍ବ ରାସ୍ତା, ରାସ୍ତା ନିକଟ ସୌନ୍ଦର୍ଯ୍ୟକରଣ, ଗରିବ ଓ ସ୍ୱଳ୍ପ ରୋଜଗାରକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ନରଣପୁରସ୍ଥିତ ଆବାସିକ ଗୃହ, ଜାତୀୟ ରାଜପଥରୁ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ୪ ଟିକିଆ ରାସ୍ତା, ବାରବାଟୀ ସଂଗ୍ରହାଳୟ, ପୁରୁଣା ଜେଲ ପରିସରରେ ନେତାଜୀ ସୁଭାଷ ପାର୍କ ଓ ବିଶ୍ୱନାଥ ପଣ୍ଡିତ ପାଠାଗାରର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button