ରାଜ୍ୟ

ଭୁଲ ଅସ୍ତ୍ରୋପଚାର ପାଇଁ ଚାଲିଗଲା ମାଆ ଓ ଶିଶୁ ଜୀବନ ! – Ibnodisha

[ad_1]

ଭଦ୍ରକ: ଭଦ୍ରକର ଏକ ଘରୋଇ ହସ୍ପିଟାଲରେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଉଭୟ ମାଆ ଓ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ତିହିଡି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମର ଦେବକୀନନ୍ଦନ ପୋଥାଳଙ୍କ ସ୍ତ୍ରୀ ସରୋଜିନୀ ପୋଥାଳ । ଦ୍ବିତୀୟ ସନ୍ତାନ ପ୍ରସବ ପାଇଁ ସରୋଜିନୀ ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହେଉଥିଲେ । ହେଲେ ପ୍ରସବ ଅସ୍ତ୍ରୋପଚାର ପରେ ପ୍ରଥମେ ଶିଶୁ ଓ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ କରି ମୃତକଙ୍କ ପରିବାର ଲୋକେ ହସ୍ପିଟାଲରେ ପରିସରରେ ହୋ ହଲ୍ଲା କରିଛନ୍ତି ।

ପ୍ରସବ ସମୟ ହେବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସରୋଜିନୀଙ୍କୁ ପରିବାର ଲୋକେ ଶୁକ୍ରବାର ଦିନ ଭଦ୍ରକ ସହରାଞ୍ଚଳ ସ୍ଥିତ ଛପୁଲିଆ ଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଆସିବା ପରେ ରାତିରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଓଟିକୁ ନିଆଯାଇଥିଲା । କିଛି ସମୟ ପରେ ଅସ୍ତ୍ରୋପଚାର କରାଯାଇଥିଲା । ହେଲେ ବିଧିର ବିଧାନ ଥିଲା ଅଲଗା । କୌଣସି କାରଣରୁ ନବଜାତ ଶିଶୁଟି ଜନ୍ମ ନେବା ପରେ ଆଖି ବୁଜି ଦେଇଥିଲା । ସେପଟେ ପ୍ରସୂତୀ ମହିଳାଙ୍କ ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେ ଗୁରୁତର ହୋଇପଡ଼ିଥିଲେ । ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ଉଭୟ ମାଆ ଓ ଛୁଆର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button