ରାଜ୍ୟ

ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର ମିଳିତ ଉଦ୍ୟମରେ ମୃତାହତ ଶ୍ରମିକଙ୍କୁ ସହାୟତା – Ibnodisha

[ad_1]

ହାଇଦ୍ରାବାଦରେ ଏକ ଛ’ ମହଲା କୋଠାରୁ ଖସିପଡି ୩ ଓଡ଼ିଆ ଶ୍ରମିକ ମୃତ ଏବଂ ୨ ଆହତ

ଶ୍ରମିକଙ୍କୁ ସହାୟତା ଯୋଗାଇଲେ ଓଡ଼ିଶା-ମୋ ପରିବାର ଏବଂ ଓଡ଼ିଶା ପରିବାର
ମୃତ ଶ୍ରମିକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିବେ ସରକାର

ଗତ ସେପ୍ଟେମ୍ବର ୭ତାରିଖରେ ଏକ ଦୁଃଖଦ ଘଟଣା ମାଲକାନାଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଛ’ ମହଲା କୋଠାରେ କାମ କରୁଥିବା ବେଳେ ୭୫ଫୁଟ ତଳକୁ ଖସିପଡ଼ି ପ୍ରାଣ ହରାଇଥିଲେ ୩ ଶ୍ରମିକ ଏବଂ ୨ ଜଣ ଗୁରୁତର ଆହତ ହୋଇଥିଲେ ।

ଭୁବନେଶ୍ୱର: ସୂଚନାନୁସାରେ, ମାଲକାନାଗିରି ଜିଲ୍ଲାର ୧୭ଜଣ ଶ୍ରମିକ ହାଇଦ୍ରାବାଦସ୍ଥିତ ଆଦାଗୁଟା ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସେଠାରେ କେ.ପି.ଏଚ.ବି କଲୋନୀରେ ଏକ ଛ’ ମହଲା କୋଠା ଉପରେ ଚଢି କାମ କରୁଥିବା ସମୟରେ ହଠାତ୍ କୋଠାଟି ଭୁଷୁଡ଼ିପଡ଼ିବାରୁ ସେମାନେ ତଳକୁ ଖସିପଡ଼ିଥିଲେ, ଯେଉଁଠାରେ ୨ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍ଗେସଙ୍ଗେ, ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ବେଳେ ଗୁରୁତର ଆହତ ହୋଇଥିବା ଶ୍ରମିକ ମୃତ୍ୟୁ ବରଣ କରିଥିଲେ । ଗଭୀର ଆଘାତପ୍ରାପ୍ତ ଶ୍ରମିକଜଣଙ୍କୁ ଅସ୍ତ୍ରୋପଚାର କରାଯାଇ ଆଇ.ସି.ୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଅନ୍ୟ ଜଣେ ବର୍ତ୍ତମାନ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।
ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ଆବାହକ ମୃତାହତ ଶ୍ରମିକଙ୍କୁ କିପରି ସହଯୋଗ ମିଳିପାରିବ ସେ ନେଇ ସଙ୍ଗେସଙ୍ଗେ ସ୍ଥାନୀୟ ବରିଷ୍ଠ ପୋଲିସ୍ ଅଧିକାରୀ ଯଥା ଆନ୍ଧ୍ରପ୍ରଦେଶର ଅବସରପ୍ରାପ୍ତ ଡ଼ି.ଜି.ପି ଏସ୍.ଏ ହୁଡା, ସାଇବ୍ରାବାଦର ଏ.ସି.ପି ଶ୍ରୀ ଅବିନାଶ ମହାନ୍ତି ଏବଂ ବାଲାନାଗର ଡ଼ି.ସି.ପି ଶ୍ରୀ ଟି. ଶ୍ରୀନିବାସ ରାଓଙ୍କ ସହ ଯୋଗାଯୋଗ କରିବା ସହିତ ଓଡ଼ିଶା ପରିବାରର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ ରାଉତରାୟଙ୍କ ସହ ଆଲୋଚନା କରିଥିଲେ । ଏହାପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା ଏବଂ ଶ୍ରୀ ରାଉତରାୟ ନିଜେ ହାଇଦ୍ରାବାଦସ୍ଥିତ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ପରଖିବା ସହିତ କମ୍ପାନୀ ପକ୍ଷରୁ ମୃତାହତ ପରିବାର ବର୍ଗଙ୍କୁ ଅନୁକମ୍ପା ରାଶି ମିଳିବା ପାଇଁ ସହାୟତା ଯୋଗାଇ ଦେଇଥିଲେ । ହାଇଦ୍ରାବାଦରେ ଥିବା ଓଡ଼ିଶା-ମୋ ପରିବାରର ପ୍ରତିନିଧି ଶ୍ରୀ ଗଗନ ରାଉତ, ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତ ଶ୍ରମିକଙ୍କ ପାଖକୁ ଯାଇ ଆବଶ୍ୟକୀୟ ସହାୟତା ଯୋଗାଇଦେଇଥିଲେ । ପରବର୍ତ୍ତୀ ସମୟରେ, ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହାୟତା ଏବଂ ଅନୁକମ୍ପା ରାଶି ପ୍ରଦାନ କରାଯିବା ନେଇ ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button