ଅପରାଧୀକୁ ୧୦ ବର୍ଷ ଜେଲ୍ଦଣ୍ଡ – Ibnodisha

[ad_1]
ଭୁବନେଶ୍ବର: ଲେଡି ଲୁଟେରା ମୁସ୍କାନ୍ର ଡାହାଣ ହାତ ଭାବେ ଜଣାଶୁଣା ଦୁର୍ଦ୍ଦାନ୍ତ ଅଶୋକ ବେହେରା ଓରଫ୍ ନଣ୍ଡାକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି। ୨୦୧୭ ମସିହାରେ ଖଣ୍ଡଗିରି ଥାନା ସିଜୁଆ ଅଞ୍ଚଳରେ ଦମ୍ପତିଙ୍କୁ ଗୁଳି ମାଡ଼ କରି ସୁନା ହାର ଲୁଟ୍ କରିଥିବା ମାମଲାରେ ତାକୁ ଏହି ଦଣ୍ଡ ମିଳିଛି। ଜିଲ୍ଲା ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ତଥା ଅତିରିକ୍ତ ଦୌରା ଜଜ୍ ଏହି ମାମଲାର ଶୁଣାଣି କରି ନଣ୍ଡାକୁ ୧୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି। କିନ୍ତୁ ନଣ୍ଡାର ସହଯୋଗୀ ଭୀମସେନ ଅନୁପସ୍ଥିତ ଥିବାରୁ ବିଚାରପତି ତା’ର ଦଣ୍ଡାଦେଶ ଶୁଣାଣି ସ୍ଥଗିତ ରଖିଛନ୍ତି। ଏହି ମାମଲାକୁ ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର୍ ରତ୍ନାକର ନାୟକ ପରିଚାଳନା କରୁଥିଲେ। ଭୁବନେଶ୍ବର ରେଳ ଷ୍ଟେସନରେ ଡେରା ପକାଇଥିବା ଲେଡି ଲୁଟେରା ମୁସ୍କାନ୍ ସହ ମିଶି ଗ୍ୟାଙ୍ଗ୍ ଗଢ଼ିଥିଲା। ୟୁନିଟ୍-୬ ଅଞ୍ଚଳରେ ରହୁଥିବା ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ଘର ସମ୍ମୁଖରେ ବନ୍ଧୁକ ଦେଖାଇ ତାଙ୍କ ବେକରୁ ସୁନା ଚେନ୍ ଛିଣ୍ଡାଇ ଚମ୍ପଟ ମାରିଥିଲା। ଗତ ଅକ୍ଟୋବର ୧୪ ତାରିଖରେ ଖାରବେଳନଗର ଥାନା ପୁଲିସ ମୁସ୍କାନ୍ ଗ୍ୟାଙ୍ଗ୍କୁ କାବୁ କଲା ବେଳେ ନଣ୍ଡା ଧରାପଡ଼ିଥିଲା।
[ad_2]




