ଅପରାଧ

କଇଁଚି ଭୁସି ସ୍ୱାମୀର ଆଖି ଫୁଟାଇ ଦେଲେ ସ୍ତ୍ରୀ – Ibnodisha

[ad_1]

ବାଗପତ : ସ୍ବାମୀ କପେ ଚା ମାଗିବାରୁ ସ୍ତ୍ରୀ ତାଙ୍କ ଆଖିକୁ କଇଁଚିରେ ଭୁସି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି | ଏଭଳି ଅଭନୀୟ ଘଟଣା ଦେଖିବାକୁ ମିଳିଛି ଘଟଣାଟି ଉତ୍ତର ପ୍ରଦେଶର ବାଗପତ ଅଞ୍ଚଳରେ । କଇଁଚି ଭୁସା ଯୋଗୁଁ ସ୍ବାମୀଙ୍କ ଆଖିରୁ ରକ୍ତ ଝରୁଥିବା ବେଳେ ପୁଲିସ ଭୟରେ ସ୍ତ୍ରୀ ଘରୁ ଫେରାର ହୋଇଯାଇଛନ୍ତି। ସୂଚନା ଅନୁସାରେ, ୩ ବର୍ଷ ତଳେ ସ୍ବାମୀ ଅଙ୍କିତ ଉକ୍ତ ମହିଳାଙ୍କୁ ବିବାହ କରିଥିଲେ। କିନ୍ତୁ, ବାହାଘରର ଅଳ୍ପ କେଇ ଦିନ ପରେ ପାରିବାରିକ କଥା ନେଇ ଦୁହେଁ ସବୁବେଳେ ଝଗଡ଼ା ଲାଗୁଥିଲେ।ପୁଲିସ କହିଛି, କଇଁଚି ଭୁସା ଘଟଣାର ତିନି ଦିନ ପୂର୍ବରୁ ଅଙ୍କିତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ ଦାଏର କରିଥିଲେ। ତାଙ୍କୁ ମାରଧର କରୁଛନ୍ତି ବୋଲି ସେ ସ୍ବାମୀ ଅଙ୍କିତ ଓ ଶାଶୂଘରର ଅନ୍ୟ ଲୋକମାନଙ୍କ ନାଁରେ ଅଭିଯୋଗ କରିଥିଲେ। ସେଦିନ ଅଙ୍କିତ କପେ ଚା ମାଗିବାରୁ ତାଙ୍କ ସ୍ତ୍ରୀ ରାଗିଯାଇ ଗୋଟାଏ କଇଁଚିରେ ତାଙ୍କ ଆଖିକୁ ଭୁସି ‌ପକାଇଲେ। ଚିତ୍କାର ଓ ପାଟିତୁଣ୍ଡ ଶୁଣି ଅଙ୍କିତଙ୍କ ଭାଉଜ ଓ ପିଲାମାନେ ଆସି ସେଠାରେ ହାଜର ହେଲେ। ତା’ପରେ ସେମାନେ ଫୋନ୍‌ କରି ପୁଲିସକୁ ଘଟଣା ସଂକ୍ରାନ୍ତରେ ଜଣାଇଲେ। କିନ୍ତୁ, ପୁଲିସ ଆସି ପହଞ୍ଚିବା ପୂର୍ବରୁ କ୍ଷତାକ୍ତ ଅଙ୍କିତଙ୍କୁ ଛାଡ଼ି ସ୍ତ୍ରୀ ଘଟଣାସ୍ଥଳରୁ ଫେରାର୍‌ ହୋଇଗଲେ। ଆହତ ଅଙ୍କିତଙ୍କୁ ପୁଲିସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ତାଙ୍କୁ ମରିଟ୍‌ ଡାକ୍ତରଖାନାକୁ ରେଫର୍‌ କରାଗଲା। ଘଟଣାର ତଦନ୍ତ ଆରମ୍ଭ କରାଯିବା ସହିତ ଫେରାର୍‌ ସ୍ତ୍ରୀଙ୍କୁ ଧରିବା ଲାଗି ପୁଲିସ କେତୋଟି ଟିମ୍‌ ଗଠନ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button