ରାଜନୀତି

ପ୍ରିୟଙ୍କା ଗାନ୍ଧୀଙ୍କୁ ଇଡି ଝଟକା – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରବାସୀ ଭାତୀୟ ବ୍ୟବସାୟୀ ସି. ସି. ଥାମ୍ପିଙ୍କ ସହିତ ଜଡ଼ିତ ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଚାର୍ଜସିଟ୍‌ରେ ଉଲ୍ଲେଖ କରିଥିବା କଥା ସୂଚନା ମିଳିଛି ।ଏହି ମାମଲାରେ ପୂର୍ବରୁ ଏହି ମାମଲାର ଚାର୍ଜସିଟ୍‌ରେ ତାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ନାମ ରହିଥି‌ଲା। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ପ୍ରବର୍ତ୍ତନ ନିର୍ଦେଶାଳୟ କହିଛି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରା ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀସ୍ଥିତ ରିୟଲ୍‌ ଇଷ୍ଟେଟ୍‌ ଏଜେଣ୍ଟ୍‌ଙ୍କ ଜରିଆରେ ହରିୟାଣାରେ ଜମି କିଣିଛନ୍ତି। ଉକ୍ତ ଏଜେଣ୍ଟ୍‌ ପ୍ରବାସୀ ଭାରତୀୟ ବ୍ୟବସାୟୀ ସି. ସି. ଥାମ୍ପିଙ୍କୁ ମଧ୍ୟ ଜମି ବିକ୍ରୟ କରିଛନ୍ତି।ପ୍ରବର୍ତ୍ତନ ନିର୍ଦେଶାଳୟ ଅଭି‌ଯୋଗ କରିଛି, ଭଦ୍ରା ଓ ଥାମ୍ପିଙ୍କର ସମ୍ପର୍କ ଏତେ ପୁରୁଣା ଓ ନିବିଡ଼ ଯେ, ତାହା ସାଧାରଣରୁ ବ୍ୟବସାୟ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି। ଏହି ମାମଲାର ମୁଖ୍ୟ ଅଂଶଟି ପଳାତକ ଅସ୍ତ୍ରଶସ୍ତ୍ର ଡିଲର୍‌ ସଞ୍ଜୟ ଭଣ୍ଡାରିଙ୍କ ସହିତ ଜଡ଼ିତ। ‘ମନି ଲଣ୍ଡରିଙ୍ଗ୍‌’, ବିଦେଶୀ ଅର୍ଥ ବିନିମୟ ଆଇନ ଓ ‘ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ୍‌’ ଅନୁଯାୟୀ ତାଙ୍କ ଉପରେ ତଦନ୍ତ ଚାଲିଛି। ୨୦୧୬ରେ ସେ ଭାରତରୁ ଖସି ଇଂଲଣ୍ଡ୍‌କୁ ଚାଲି ଯାଇଥିଲେ। ତାଙ୍କୁ ଭାରତରୁ ଇଂଲଣ୍ଡ୍‌କୁ ଯିବାରେ ସହଯୋଗ କରିଥିଲେ ଥାମ୍ପି ଓ ବ୍ରିଟିସ୍‌ ନାଗରିକ ସୁମିତ ଚଢ଼ା। ୨୦୨୦ ଜାନୁଆରିରେ ଗିରଫ ହୋଇଥିବା ଥାମ୍ପି ସମ୍ପ୍ରତି ଜାମିନରେ ମୁକୁଳିଛନ୍ତି।

The post ପ୍ରିୟଙ୍କା ଗାନ୍ଧୀଙ୍କୁ ଇଡି ଝଟକା appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button