ଦେଶରାଜନୀତି

ଏବେ ୟୁପି, ଉତ୍ତରାଖଣ୍ଡ ଓ ପଞ୍ଜାବରେ ବିଜେପିକୁ ଟକ୍କର ଦେବେ ଦିଦି !

IBN ଓଡିଶା(ବ୍ୟୁରୋ):କୋଲକାତା : ପଶ୍ଚିମବଙ୍ଗ ନିର୍ବାଚନରେ ମୋଦୀ-ଶାହାଙ୍କୁ ଟକ୍କର ଦେବା ପରେ ମମତା ବାନାର୍ଜୀ ଏବେ ଜାତୀୟ ସ୍ତରରେ ବିଜେପିର ମୁକାବିଲା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିଏମସିକୁ ସମଗ୍ର ଦେଶରେ ବିଜେପିର ବିକଳ୍ପ ଦଳ ଭାବେ ଉପସ୍ଥାପନ କରିବାକୁ ଜୁଟି ଯାଇଛନ୍ତି ମମତା ବାନାର୍ଜୀ । ଏହାକୁ ନେଇ ପାର୍ଟି ଭିତରେ ଟିଏମସିର ନାମ ପରିବର୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି । ସୂତ୍ର ଅନୁଯାୟୀ ଦଳର ନୂତନ ନାମକରଣ ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇ ଯାଇଛି। ଟିଏମସି ନିଜ ପାର୍ଟି ଆଗରେ ଏମିତି କିଛି ଯୋଡିବାକୁ ମାନସ ମନ୍ଥନ ଚଳାଉଛି ଯେଉଁଥିରେ ଅଖଣ୍ଡ ଭାରତ ଆତ୍ମା ଝଲସିି ଉଠିବ । ଉତର ପ୍ରଦେଶରେ ବିଶେଷ କରି ବହୁଜନ ସମାଜ ପାର୍ଟି ନେତା ତଥା ରଣନୀତିଜ୍ଞ ସତୀଶ ଚନ୍ଦ୍ର ମିଶ୍ରଙ୍କ ସହ ପାର୍ଟି ଯୋଗାଯୋଗ କରୁଛି ।ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିକୁ ଆକ୍ରମଣାତ୍ମକ ଶୈଳୀରେ ଜବାବ ଦେଇଥିଲେ ମମତା ବାନାର୍ଜୀ । ବିଜେପିର ୨୦୦ ସିଟ୍ ଲକ୍ଷ୍ୟକୁ ପାଣିରେ ମିଶାଇ ଦେଇଥିଲେ । ଏବେ ଟିଏମସି ସୂତ୍ର ଅନୁଯାୟୀ, ମମତା ବାନାର୍ଜୀ ଆସନ୍ତା ବର୍ଷ ହେବାକୁ ଥିବା ଉତର ପ୍ରଦେଶ, ଉତରାଖଣ୍ଡ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନରେ ନିଜର ପ୍ରାର୍ଥୀ ଦେବାକୁ ଯୋଜନା କରିଛନ୍ତି । ଏଥିପାଇଁ ଏବେଠୁ ପ୍ରସ୍ତୁତ ଆରମ୍ଭ ହୋଇ ଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button