IBN ଓଡ଼ିଶା ବ୍ୟୁରୋମନୋରଞ୍ଜନ
ରଜ କୁଇନ ଜଜ୍ ମାନଙ୍କର ଛତରାମି, ମାଙ୍କଡାମିଙ୍କୁ ନେଇ ରାଗିଲେ ମହିଳା: ଭିଡିଓ କରି ଓଃ କଣ କହିଲେ ମ!
- IBNଓଡିଶା(ବ୍ୟୁରୋ):-ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରଜ କୁଇନକୁ ନେଇ ବିବାଦ ଏବେ ଦିନକୁ ଦିନ ବଢୁଛି । ଜଜ୍ ମାନଙ୍କର ଛତରାମି, ମାଙ୍କଡାମି ଓ ପାଗଳାମିକୁ ନେଇ ଏବେ ଚର୍ଚ୍ଚା ଅଧିକ । ଯେଉଁ ଝିଅମାନଙ୍କୁ ୟାଡୁ ସ୍ୟାଡୁ କହି କଟାକ୍ଷ କରନ୍ତି ସେହି ଜଜ ମାନେ ଏବେ ଜନତାଙ୍କ କାଠଗଡ଼ାରେ ।ସତ କଥା ଆଜ୍ଞା. ଯେତେଦିନ ଯାଏଁ ଆମମାନଙ୍କର ଟେଲିଭଜନରେ ମୁହଁ ଦେଖେଇବାର ମୋହ ଭାଙ୍ଗିନାହିଁ ସେତେଦିନ ପର୍ଯ୍ୟନ୍ତ ଏ ଟିଭି ଚ୍ୟାନେଲ ମାନେ ମନୋରଞ୍ଜନ ନାଁ ରେ ଖାଲି ଆମର ନୁହେଁ ଆମ ସଂସ୍କୃତି ଆମ ପରମ୍ପରା ଆମ ଭାଷା ସବୁକୁ ଏମିତି ଅମର୍ଯ୍ୟାଦା କରି ନିଜ ନିଜର ପକେଟ ଗରମ କରୁଥିବେ।ଆଉ ଗୋଟିଏ କଥା ରଜ ପର୍ବରେ ଝିଅ ମାନେ କିଛି କାମ କରନ୍ତି ନାହିଁ । ଏହା ଆମ ପରମ୍ପରା। କିନ୍ତୁ ଏ କାର୍ଯ୍ୟକ୍ରମ ରେ ଝିଅ ମାନଙ୍କୁ ସବୁ କାମ କରିବାକୁ କୁହାଯାଉଛି। ମୁଁ କାର୍ଯ୍ୟକ୍ରମ ଦେଖି ନାହିଁ। ଏହି ରଜ କ୍ବିନ୍ କାର୍ଯ୍ୟକ୍ରମ ର ପୂର୍ବ ସଂସ୍କରଣ ଫେସବୁକରେ କେତେବେଳେ କେମିତି ନଜରରେ ଆସିଛି।।
ଏହିଭଳି ଅପସଂସ୍କୃତି କୁ ଆମେ ଜନସାଧାରଣ ସଚେତନ ହେଲେ ଓ ଅସହଯୋଗ କଲେ ହିଁ ସଜାଡି ପାରିବା।ଜଣେ ୟୁଜର୍ସଙ୍କ କହିବା କଥା, ମୁଁ କିନ୍ତୁ ଆପଣଙ୍କ ମତରେ ସହମତ ନୁହେଁ। ତା ଅର୍ଥ ନୁହେଁ ଯେ ଏମାନଙ୍କ(ରଜ କୁଇନ ର ବିଚାରକ) ଅତିରଞ୍ଜିତ କଟାକ୍ଷରେ ସହମତ। ସେଠି ଅନେକ ପ୍ରାପ୍ତ ବୟସ୍କା ଝିଅ ଯାଉଛନ୍ତି ଯୋଉମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନେକ ଥିବାର ପ୍ରାରମ୍ଭିକ ତଥ୍ୟ ନିଜେ ଦେଇଥାନ୍ତି।ସେମାନେ ଏମିତି ଗୋଟେ ଗୋଟେ ସାଧାରଣ ପ୍ରଶ୍ନର ଉତ୍ତର ଦିଅନ୍ତି ଯାହା ଦେଖି ହୃଦବୋଧ ହୁଏ ଯେ ସେମାନେ ଅପମାନିତ ହେବା ଯୁକ୍ତିଯୁକ୍ତ। ଆଉ ଅଭିଭାବକ ମାନେ ବି ଟିକେ ସଚେତନ ହେବା ଦରକାର ଯେ ତାଙ୍କ ପିଲା ସାରା ଓଡିଶା ସାମ୍ନାରେ ଏକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପୂର୍ବରୁ ସାଧାରଣଜ୍ଞାନ ଟିକିଏ ରଖିଥାଉ।