ଦେଶ

ଚାପ ସହି ନପାରି ଜୀବନ ହାରିଲେ ଏମଟେକ୍ ଛାତ୍ର – Ibnodisha

[ad_1]

ଲକ୍ଷ୍ନୌ: ପୁଣି ଆଇଆଇଟି କାନପୁରରେ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ । ଚାପ ଯୋଗୁଁ ହଷ୍ଟେଲରେ ଝୁଲି ପଡ଼ିଲେ ଆଇଆଇଟି ଛାତ୍ର । କାନପୁର ଆଇଆଇଟିରୁ ଆସିଛି ଏହି ଦୁଃଖଦ ଖବର । ଗତକାଲି କାନପୁର ଆଇଆଇଟିର ଜଣେ ଏମଟେକ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହଷ୍ଟେଲ ରୁମରୁ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ପାଠପଢ଼ାକୁ ନେଇ ଛାତ୍ରଜଣକ ଦୀର୍ଘଦିନ ଧରି ଚିନ୍ତତ ରହିଥିବା ନେଇ ସାଥି ଛାତ୍ରମାନେ ପୋଲିସକୁ ଖବର ଦେଇଛନ୍ତି । ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଜଣେ ପିଏଚଡି ଛାତ୍ରୀଙ୍କର ମଧ୍ୟ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିଲା ।

ଏନେଇ କଲ୍ୟାଣପୁର ପୋଲିସ ଷ୍ଟେସନ ଦାୟିତ୍ୱରେ ରହିଥିବା ପୋଲିସ ଅଧିକାରୀ ଧନଞ୍ଜୟ ପାଣ୍ଡେ କହିଛନ୍ତି, “ମେରଟ ଲକ୍ଷ୍ମୀବିହାର କରଖେଡା ନିବାସୀ ନେମଚାନ୍ଦ ମୀନାଙ୍କ ପୁଅ ବିକାଶ ମୀନା ଆଇଆଇଟି କାନପୁରରେ ଏମଟେକ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ସେ ଗତକାଲି ରାତି ପ୍ରାୟ ୧୦ ସମୟରେ ସେ ଜୀବନ ହାରିଥିବା ନେଇ ସୂଚନା ମିଳିଥିଲା । ଏହା ପରେ ଆମେ ଘଟଣାସ୍ଥଳରେ ପହଞ୍ଚି ହଷ୍ଟେଲ କୋଠରୀରୁ ମୃତଦେହ ଉଦ୍ଧାର କରିଥିଲୁ । ବିକାଶ ତାଙ୍କ ଅଧ୍ୟୟନକୁ ନେଇ ଚାପରେ ରହିଥିଲେ ବୋଲି ସାଥି ଛାତ୍ରମାନେ ସୂଚନା ଦେଇଛନ୍ତି । ସୂଚନାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button