ତାମିଲନାଡୁ ସରକାର ପ୍ରାଣପ୍ରତିଷ୍ଠା ସିଧାପ୍ରସାରଣ ଉପରେ ଲଗାଇଲେ ରୋକ! – Ibnodisha
[ad_1]
ନୂଆଦିଲ୍ଲୀ: ରାତି ପାହିଲେ ବିରାଜିବେ ରାମଲଲା, କଡା ସୁରକ୍ଷା ବଳୟରେ ଅଯୋଧ୍ୟା । ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି, ବନବାସ ସାରି ଅଯୋଧ୍ୟା ଫେରୁଛନ୍ତି ପ୍ରଭୁ ଶ୍ରୀରାମ। ରାତି ପାହିଲେ ଭବ୍ୟ ମନ୍ଦିରରେ ବିରାଜିବେ ପ୍ରଭୁ। ଏଥିପାଇଁ ସମଗ୍ର ଅଯୋଧ୍ୟା ନଗରୀ ରାମମୟ ହୋଇଯାଇଛି। ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବିଜେପି ଶାସିତ ରାଜ୍ୟମାନେ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ଅଧିକାଂଶ ବିରୋଧୀ ଦଳ ଏହି କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାମିଲନାଡୁ ଷ୍ଟାଲିନ ସରକାରଙ୍କ ଉପରେ ଏକ ବଡ ଅଭିଯୋଗ କରିଛନ୍ତି। ତାମିଲନାଡୁ ସରକାର ପ୍ରାଣପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଉପରେ ରୋକ ଲଗାଇଥିବା ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସେ ଦାବି କରିଛନ୍ତି। ନିର୍ମଳା ସୀତାରମଣ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ‘ତାମିଲନାଡୁ ସରକାର ୨୨ତାରିଖରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହର ସିଧାପ୍ରସାରଣ ଦେଖିବା ନେଇ ପ୍ରତିବନ୍ଧକ ଲଗାଇଛନ୍ତି। ତାମିଲନାଡୁରେ ଶ୍ରୀରାମଙ୍କର ୨୦୦ରୁ ଅଧିକ ମନ୍ଦିର ରହିଛି। ସରକାରଙ୍କର ଏଚଆର ଆଣ୍ଡ ସିଇ ବିଭାଗ ପକ୍ଷରୁ ଏହାକୁ ବାରଣ କରାଯାଇଛି। ରାମଙ୍କ ନାଁରେ ଭଜନ, ପୂଜା, ପ୍ରସାଦବଣ୍ଟନ ଆଦି ପାଇଁ ଅନୁମତି ମିଳିପାରିବ ନାହିଁ। ତେବେ କୌଣସି ମନ୍ଦିରରେ କାର୍ଯ୍ୟକ୍ରମ ଆୟୋଜିତ ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କୌଣସି ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କଲେ ପେଣ୍ଡାଲ ଭାଙ୍ଗିଦେବାକୁ ଧମକ ମଧ୍ୟ ମିଳୁଛି। ଏପରି ହିନ୍ଦୁ ବିରୋଧୀ କାର୍ଯ୍ୟକୁ ମୁଁ ନିନ୍ଦା କରୁଛି’।
[ad_2]