ଦେଶ

‘ପଦ୍ମଶ୍ରୀ’ ଫେରାଇଲେ ବଜରଙ୍ଗ ପୁନିଆ; ଫୁଟ୍‌ପାଥ୍‌ରେ ରଖିଲେ ପୁରସ୍କାର – Ibnodisha

[ad_1]

ନୂଆଦିଲ୍ଲୀ: ଭାରତୀୟ ପହେଲମାନ୍ ଏବଂ ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଗୁରୁବାର ସନ୍ଧ୍ୟାରେ ନିଜର ‘ପଦ୍ମଶ୍ରୀ’ ପୁରସ୍କାର ଫେରାଇବା ଘୋଷଣା କରିଛନ୍ତି । ଏହାର ଠିକ୍‌ରେ ପ୍ରଧାନମନ୍ତ୍ରୀଙ୍କୁ ପୁରସ୍କାର ଫେରାଇବା ପାଇଁ ବାହାଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଦିଲ୍ଲୀ ପୁଲିସ ଅଟକାଇବାରୁ ପଦ୍ମଶ୍ରୀ ପୁରସ୍କାରକୁ ଫୁଟ୍‌ପାଥ୍‌ରେ ରଖି ଫେରିଯାଇଛନ୍ତି । ଯୌନ ଶୋଷଣ ଅଭିଯୁକ୍ତ ଏବଂ ଭାରତୀୟ କୁସ୍ତି ମହାସଂଘରେ ଏକଛତ୍ରବାଦ ଚଳାଇଥିବା ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂହଙ୍କ ବିରୋଧରେ ପହେଲମାନ୍‌ଙ୍କ ଅଭିଯୋଗର କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଅଣଦେଖା କରାଯିବା କାରଣରୁ ବଜରଙ୍ଗ ପୁନିଆ ‘ପଦ୍ମଶ୍ରୀ’ ଫେରାଇବା ନିଷ୍ପତ୍ତି ନେଇଥିଲେ । ଏହି ମାମଲାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଲମ୍ବା ଚଉଡ଼ା ପତ୍ର ମଧ୍ୟ ଲେଖିଛନ୍ତି । ପତ୍ରରେ ଶୁଣାନଯିବାରୁ ସେ ପୁରସ୍କାର ଫେରାଉଥିବା ଉଲ୍ଲେଖ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ପ୍ରାରମ୍ଭରେ ହିଁ ଭାରତୀୟ ପହେଲ୍‌ମାନଙ୍କ ଏକ ଗ୍ରୁପ୍ ଭାରତୀୟ କୁସ୍ତି ମହାସଂଘରେ ବ୍ରିଜ୍‌ଭୂଷଣ ସିଂହଙ୍କ ମନୋମୁଖି କାର୍ଯ୍ୟ ଓ ଏକଛତ୍ରବାଦ ବିରୋଧରେ ଆନ୍ଦୋଳନ ପ୍ରଦର୍ଶନ କରିଆସୁଛନ୍ତି । ମହିଳା ପହେଲମାନମାନେ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କରିଥିଲେ । ବ୍ରିଜ୍‌ଭୂଷଣ ବିଜେପି ସାଂସଦ ହୋଇଥିବା ବେଳେ ଦୀର୍ଘବର୍ଷ ଧରି କୁସ୍ତି ମହାସଂଘର ଅଧ୍ୟକ୍ଷ ଥିଲେ । ତେବେ ପହେଲମାନଙ୍କ ଦୀର୍ଘ ଆନ୍ଦୋଳନ ପରେ ନିକଟରେ ତାଙ୍କୁ ଅଧ୍ୟକ୍ଷ ପଦକ ଛାଡ଼ିବାକୁ ପଡ଼ିଥିଲା । ତେବେ ଗୁରୁବାର ନିର୍ବାଚନରେ ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂହ ତାଙ୍କର ଜଣେ ଘନିଷ୍ଟ ସହଯୋଗୀ ।

ଏପରି ଭାବେ ଗତ ୧୧ ମାସ ଧରି ଚାଲିଆସୁଥିବା ପହେଲମାନଙ୍କ ଆନ୍ଦୋଳନ ସମ୍ପୂର୍ଣ୍ଣ ଭାବେ ପ୍ରଭାବଶୂନ୍ୟ ହୋଇଯାଇଛି । ଏହି କାରଣରୁ ବଜରଙ୍ଗ ନିଜ ପଦ୍ମଶ୍ରୀ ପୁରସ୍କାର ଫେରାଇବା ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ, ମହିଳା ପହେଲମାନଙ୍କ ଅଭିଯୋଗ ଉପରେ କେନ୍ଦ୍ର ସରକାର ଧ୍ୟାନ ନଦେବାରୁ ଗୁରୁବାର ଭାରତର ଅଲିମ୍ପିକ୍ ପଦକ ବିଜେତା ସାକ୍ଷୀ ମଲିକ ମଧ୍ୟ କୁସ୍ତି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଉଲ୍ଲେଖଯୋଗ୍ୟ, ବ୍ରିଜ୍‌ଭୂଷଣଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନର ନେତୃତ୍ୱ ବଜରଙ୍ଗ, ସାକ୍ଷୀ ଏବଂ ବିନେଶ ଫୋଗଟ୍ କରିଆସୁଥିଲେ । ଜାନୁଆରୀରୁ ଚାଲିଥିବା ଏହି ଆନ୍ଦୋଳନ ପ୍ରଦର୍ଶନକୁ ନେଇ ଏହା ମଧ୍ୟରେ ବହୁତ କିଛି ଘଟିଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button