ରାଜ୍ୟ

ପଲ୍ଲୀକବି ନନ୍ଦ କିଶୋର ବଳଙ୍କ ଜୟନ୍ତୀ ପାଳିତ – Ibnodisha

[ad_1]

ଭୁବନେଶ୍ଵର -ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ସ୍ୱତନ୍ତ୍ର କର୍ତ୍ତବ୍ଯରତ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ପଲ୍ଲୀକବି ନନ୍ଦକିଶୋର ବଳଙ୍କ ୧୨୬ତମ୍ ଜୟନ୍ତୀ ଆଜି ପ୍ରତ୍ୟୁଷରେ ଭୁବନେଶ୍ଵର ଜୟଦେବ ବିହାରସ୍ଥିତ ତାଙ୍କ ପ୍ରତିମୁର୍ତ୍ତିସ୍ଥଳିରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶୋଭନ କର, ପ୍ରବୀର ମହାନ୍ତି, ଗିରିଜାଶଙ୍କର ମହାପାତ୍ର, ଅମୁଲ୍ୟ ସ୍ୱାଇଁ,ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ ,ଡ଼ଃ ରଙ୍ଗାଧର ସାହୁ,ଡ଼ଃ ମିହିର ପଟନାୟକ,ପ୍ରଗତି ରଥ,ଇତିଶ୍ରୀ ବାରିକ,ବିଜୟ କୁମାର ବେହେରା,ଅରୁଣ କୁମାର ସ୍ଵାଇଁ, ଅକ୍ଷୟ ଜେଠି,ବିଜୟ ସାହୁ,ଅବନୀ କୁମାର ଦାସ,ଲିପକ ମହାନ୍ତିଙ୍କ ସମେତ ଜୟ ଓଡିଶା, ଉଇ ଫର୍ ଭୁବନେଶ୍ଵର, ମାହାଙ୍ଗାବାସୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବକ୍ତାମାନେ ନିଜ ବକ୍ତବ୍ଯରେ କବିଙ୍କ ସାମାଗ୍ରିକ ଜୀବନ ଓ ରଚନା ସମ୍ପର୍କରେ ଆଲୋକପାତ କରିଥିଲେ । ତାଙ୍କ ଲେଖାରେ ପଲ୍ଲୀ ଜୀବନର ଚିତ୍ର ପ୍ରତିଫଳିତ । ତାଙ୍କର କନକଲତା ଉପନ୍ୟାସ ଅତୀବ ଆକର୍ଷଣୀୟ ହୋଇ ପାଠକ ମହଲରେ ସବୁ ସମୟରେ ଆଦ୍ରୁତି ଲାଭ କରିଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମାହାଙ୍ଗାବାସୀଙ୍କ ପକ୍ଷରୁ ଗିରିଜା ଶଙ୍କର ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button