ରାଜନୀତି

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ଇଣ୍ଡିଆମେଂଟର ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କଲା – Ibnodisha

[ad_1]

ଭୁବନେଶ୍ୱର – ଆଜି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ, କର୍ମୀ ଏବଂ ଶୁଭେଚ୍ଛୁ କେନ୍ଦ୍ର ବିଜେପି ସରକାର ର ଇଣ୍ଡିଆମେଂଟର ବିରୋଧି ୧୪୬ ସାଂସଦଙ୍କ ନିଲମ୍ବନ ପ୍ରତିବାଦ, ଗଣତନ୍ତ୍ରର ହତ୍ୟା ଏବଂ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ସାମାନ୍ୟତମ ନିଷ୍ଠା ଓ ସମ୍ମାନ ନଥିବାକୁ ପ୍ରତିବାଦ କରି ମହାମହୀମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ।

ପ୍ରକାଶଥାଉକି ଗତ ଡିସେମ୍ବର ୧୩ ତାରିଖ ଦିନ ନୂଆ ସଂସଦ ଭବନର ସମସ୍ତ ସୁରକ୍ଷାବଳୟକୁ ଭେଦକରି ଯେଉଁଭଳି ଭାବରେ ୬ଣ ବ୍ୟକ୍ତି ସଂସଦ ଭିତରକୁ ପ୍ରବେଶ କଲେ ଏବଂ ଦୁଇଜଣ ବ୍ୟକ୍ତି ଲୋକସଭା ଦର୍ଶକ ଗ୍ୟାଲେରିରୁ ସଂସଦ ଭବନକୁ ଡେଇଁପଡ଼ି ଆତଙ୍କରାଜ ସୃଷ୍ଟିକଲେ ତାକୁ ପ୍ରତିବାଦ କରି ବିରୋଧି ମେଂଟର ସାଂସଦମାନେ ଦେଶର ଗୃହମନ୍ତ୍ରୀ ଏ ଘଟଣାବାବଦରେ ସସଂଦ ଭିତରେ ତାଙ୍କର ଏ ଉକ୍ତି ରଖିବା ପାଇଁ ଦାବି କଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହିବ୍ୟକ୍ତିମାନଙ୍କୁ କର୍ଣ୍ଣାଟକର ବିଜେପି ଦଳର ସାଂସଦ ଏମାନଙ୍କୁ ଭିଜିଟରପାସ ପ୍ରଦାନ କରିଥିଲେ । ସାଂସଦମାନଙ୍କ ଦାବିକୁ କେନ୍ଦ୍ରଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ତଥା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମ୍ମାନ ଜଣାଇବା ପରିବର୍ତେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଗୃହମନ୍ତ୍ରୀ ବିବୃତି ନରଖିବା ସମସ୍ତ ବିରୋଧି ସାଂସଦଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଆମ ଗଣତାନ୍ତ୍ରିକ ବ୍ୟବସ୍ଥାର ବିର୍ତକ ଏବଂ ସମାଲୋଚନା ମୂଳ ଅଙ୍ଗ ଅଟେ । କିନ୍ତୁ ଏ ଏକଛତ୍ରବାଦୀ ସରକାର ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାଙ୍କର ବିଶ୍ୱାସ ନାହିଁ ବୋଲି ୧୪୬ ଜଣ ସାଂସଦଙ୍କ ନିଲମ୍ବନ ଘଟଣାରୁ ସ୍ପଷ୍ଟ ପ୍ରତିୟମାନ ହୋଇଛି । ସାଂସଦମାନେ ସଂସଦରେ ବିତର୍କ କରିବେ ନାହିଁ, ସରକାରଙ୍କୁ ସମାଲୋଚନ କରିବେ ନାହିଁ ତ କାହିଁକି ତାହାଲେ ସେମାନେ ନିର୍ବର୍ାଚିତ ହେବେ । ତୁରନ୍ତ ନିଲମ୍ବ୍ଖଚ୍ଛ ହୋଇଥିବା ସାଂସଦଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଯାଉ ଏବଂ ସଂସଦୀୟ ଗଣତାନ୍ତ୍ରୀକ ପରମ୍ପରା ଅକ୍ଷୁର୍ଣ୍ଣ ରଖିବା ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଆଜିର ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସୁବ୍ରତ ମହାପାତ୍ର, ରଜତ ଚୌଧୁରୀ, ଅଶୋକ ଦାସ, ଆଶିଷ ମଲ୍ଲିକ, ପ୍ରଶାନ୍ତ ଚମ୍ପତି, ମୋହନ ଜେନା, ପ୍ରସନ୍ନ ନାୟକ, ରଜନୀ ମହାନ୍ତି, ମିହିର ଆଚାର୍ଯ୍ୟ, ଅଜୟ ସାହୁ, ଅକ୍ଷୟ ଦାସ, ପ୍ରଭାତ ପ୍ରତାପି ସିଂ, ସଙ୍ଗିତା ମିଶ୍ର, ମହମ୍ମଦ ଗୁଲଫାମ, ପୁଷ୍ପିତା ଦାସ, ସଂକୁନା କହଁର, ଜୟଶ୍ରୀ ପାତ୍ର, ସୌମେନ୍ଦ୍ର ମହାନ୍ତି, ଶ୍ରେୟା ପଣ୍ଡା, ଗୀତାଞ୍ଜଳି ମହାନ୍ତି, ସମିର ରାଉତ, ରାକେଶ ମହାନ୍ତି, ମନୋଜ ସାହୁ, ଏସକ୍‌କେ ତାକୱିମ୍ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button