ରାଜନୀତି

ରାଜୁ ଦାସଙ୍କ ଫେକ ଅଡିଓ ଭାଇରାଲ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପିର ୩ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ୱର:IBN ଓଡିଶା:  ରାଜୁ ଦାସଙ୍କ ଫେକ ଅଡିଓ ଭାଇରାଲ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେପିର ୩ ଜଣିଆ ପ୍ରତିନିଧି ଦଳ । ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ ବିଜେଡି ସର୍ବଦା ବେଆଇନ ଭାବରେ ନିର୍ବାଚନ ଲଢ଼ୁଛି । ଆଜି ରାଜୁ ଦାସଙ୍କର ଯେଉଁ ଅଡିଓଟି ଭାଇରାଲ ହେଉଛି, ତାହା ଏକ ଫେକ ଅଡିଓ । ସେହି ଅଡ଼ିଓରେ ଜଣେ ସମାଚାର ପଢ଼ିଲା ଭଳି ଢଙ୍ଗରେ କୁହାଯାଉଛି ରାଜୁ ଦାସଙ୍କ ସମର୍ଥକମାନେ ଜଣେ ମୁସଲମାନ ସମର୍ଥକଙ୍କୁ ଛୁରା ମାଡ଼ କରିଛନ୍ତି ଏବଂ ଧାମନଗର ଅଞ୍ଚଳ ତିହିଡିଠାରେ ୧୪୪ ଧାରା ଜାରି କରାଯାଇଛି । ସେହି ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହି ଫେକ ଅଡିଓ ଜାରି କରାଯାଇଛି । ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଝଗଡା ଲଗେଇବା,ବିଭିନ୍ନ ହିଂସାକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ଷଡ଼ଯନ୍ତ୍ର ରଚାଯାଇଛି ।ଅତୀତରେ ମଧ୍ୟ ଏକ ଫେକ ଅଡିଓ ବିଜୁ ଜନତା ଦଳ ଦ୍ୱାରା ତିଆରି ହୋଇଥିଲା । ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଏଭଳି ଅସାମାଜିକ କାର୍ଯ୍ୟକଳାପ ପାଇଁ ବିଜେଡିର ସାହସ ବଢାଇଛି । ନିର୍ବାଚନ ବିଫଳତାକୁ ଆଖି ଆଗରେ ଦେଖି ବିଜୁ ଜନତା ଦଳ ବିବ୍ରତ ହୋଇ ଏଭଳି ପନ୍ଥା ଆପଣାଉଛନ୍ତି । ବିଜେଡି କଳବଳ କୌଶଳ ସହିତ ଏଭଳି ରାଜନୈତିକ ହିଂସା ସୃଷ୍ଟି କରୁଛି । ବିଜେପି ଏହାର ଘୋର ନିନ୍ଦା କରୁଛି । ଏହି ଫେକ ଅଡିଓ ଯିଏ ତିଆରି କରିଛି ତା ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କଡା କାର୍ଯ୍ୟନୁଷ୍ଠାନ ନିଅନ୍ତୁ ବୋଲି ବିଜେପି ଦାବି କରିଛି

Related Articles

Leave a Reply

Your email address will not be published. Required fields are marked *

Back to top button