ରାଜନୀତି

ଆଦିବାସୀମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ସେମାନଙ୍କର ନାର୍ଯ୍ୟ ଅଧିକାର ପାଇଁ ମାର୍ଚ୍ଚ ଶେଷ ସୁଦ୍ଧା ରାୟଗଡ଼ାରେ ରାଜ୍ୟସ୍ତରୀୟ ସମାବେଶ – Ibnodisha

[ad_1]

ଭୁବନେଶ୍ୱର : : ରାଜ୍ୟର ଆଦିବାସୀମାନଙ୍କ ପ୍ରତି ଶୋଷଣ ନୀତି ପ୍ରୟୋଗ କରୁଛନ୍ତି ରାଜ୍ୟ ସରକାର । ୨୪ ବର୍ଷର ନିରନ୍ତର ନବୀନ ସରକାରରେ ଆଦିବାସୀମାନେ ଅବହେଳିତ । ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରିବାରେ ବିଫଳ ହେଉଛନ୍ତି ବିଜେଡ଼ି ସରକାର । ଆଦିବାସୀମାନଙ୍କର ହକ୍ ଓ ଅଧିକାର ପାଇଁ ଆଜି ଓଡ଼ିଶା ପ୍ରଦେଶ ଆଦିବାସୀ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ୧୯୯୬ ମସିହାରେ କଂଗ୍ରେସ ସରକାର ପେସା ଆଇନ୍ ଆଣିଥିଲା କିନ୍ତୁ ଦୁର୍ଭାଗ୍ୟର କଥା ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ସରକାର ଏହାକୁ ଲାଗୁ ନ କରି ଆଦିବାସୀମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଆଦିବାସୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ଦିଆଯାଇନାହିଁ, ଯେଉଁ କିଛି ଜଣଙ୍କୁ ପଟ୍ଟା ଦିଆଯାଇଛି ଆଜି ପର୍ଯ୍ୟନ୍ତ ଚିହ୍ନଟ କରି ହସ୍ତାନ୍ତର କରାଯାଇନାହିଁ । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ପେସା ଆଇନ୍ ଲାଗୁ ହେବା ସହ ଜଙ୍ଗଲ ଜମି ପଟ୍ଟା, ଘର ଡିହ ପଟ୍ଟା ତୁରନ୍ତ ଚିହ୍ନଟ କରି ସେମାନଙ୍କୁ ଦିଆଯିବ ବୋଲି କାର୍ଯ୍ୟକାରିଣୀ ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଛନ୍ତି । ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଦିବାସୀ କଂଗ୍ରେସ ତରଫରୁ ସବୁ ପଂଚାୟତ, ବ୍ଲକ ଓ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ନିଷ୍ପତି କରାଯାଇଛି । ସାମାଜିକ ଗଣମାଧ୍ୟମରେ ଆଦିବାସୀମାନଙ୍କର ସମସ୍ୟାକୁ ଉପସ୍ଥାପନ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ସମସ୍ତ ଜିଲ୍ଲା ସଭାପତି ଓ ରାଜ୍ୟ ପଦାଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଶ୍ରୀ ଜୟରାମ ପାଙ୍ଗି ଆଗାମୀ ନିର୍ବାଚନରେ ଆଦିବାସୀ କଂଗ୍ରେସର ସକ୍ରିୟ ଭୂମିକା ନିର୍ବାହ କରିବା ପାଇଁ ସମସ୍ତ ଜିଲ୍ଲା ଓ ରାଜ୍ୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଦିବାସୀମାନଙ୍କ ପ୍ରତି ନବୀନ ସରକାର ସମୟରେ ହେଉଥିବା ଶୋଷଣ ନିତୀ ବିରୋଧରେ ଏବଂ ସେମାନଙ୍କ ନାର୍ଯ୍ୟ ଦାବି ଉପସ୍ଥାପନ କରିବାକୁ ଏକ ବିଶାଳ ସମାବେଶ ମାର୍ଚ୍ଚ ଶେଷ ସୁଧା ରାୟଗଡ଼ା ଠାରେ ଅନୁଷ୍ଠିତ ହେବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି । ଏହି ସମାବେଶରେ କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯିବ ବୋଲି ଶ୍ରୀ ପାଙ୍ଗି କହିଛନ୍ତି । ଆଜିର ଏହି କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟସହ ପ୍ରଭାରୀ ଖ୍ରୀଷ୍ଟଫର ତିଲ୍ଲକ, ବବିତା ଶର୍ମା, ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ବିଧାୟକ ଦାଶରଥି ଗମାଙ୍ଗୋ, ପୂର୍ବତନମନ୍ତ୍ରୀ ସରସ୍ୱତୀ ହେମ୍ବମ୍ର, ହଳଧର କାଟ୍‌ଜୀ, ଅମୀୟ ପାଣ୍ଡବ, ହାରାବତୀ ଗଣ୍ଡ, ପ୍ରମୋଦ ମାଝୀ, ଅମିତା ବିଶ୍ୱାଳ, ବିନୋଦ ବିହାରି ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ରାଜ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button