ରାଜନୀତି

ପଶ୍ଚିମବଙ୍ଗରେ ରାହୁଲ ଗାନ୍ଧିଙ୍କ କାର ଉପରକୁ ପଥର ମାଡ – Ibnodisha

[ad_1]

କୋଲକାତା: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବୁଧବାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ପଶ୍ଚିମବଙ୍ଗ ପର୍ଯ୍ୟାୟରେ ଯାଉଥିବା ବେଳେ ତାଙ୍କ ଗାଡ଼ି ଉପରେ ଆକକ୍ରମଣ ହୋଇଛି। କେତେକ ଦୁର୍ବୃତ୍ତ ରାହୁଲ ଗାନ୍ଧୀ ବସିଥିବା କାର ଉପରେ ଟାର୍ଗେଟ କରି ଏହାର ୱିଣ୍ଡସ୍କ୍ରିନ୍କୁ ଭାଙ୍ଗି ଦେଇଥିବା ଦଳ ଅଭିଯୋଗ କରିଛି। କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀଙ୍କ କହିବା ଅନୁଯାୟୀ, ଆଜି ସକାଳେ ବିହାରରୁ ବାହାରି ରାଜ୍ୟର ମାଲଦା ଜିଲ୍ଲାରେ ଏହି ଯାତ୍ରା ପ୍ରବେଶ କରିବା ପରେ ଏହି ଘଟଣା ଘଟିଛି। ଏହି ଆକ୍ରମଣରେ ଗାଡିର ପଛ ଝରକା କାଚ ଭାଙ୍ଗି ଯାଇଛି। ତେବେ, ଏହି ଆକ୍ରମଣ ଘଟଣାରେ ରାହୁଲ ଗାନ୍ଧି ନିଜେ ସୁରକ୍ଷିତ ଅଛନ୍ତି। ଏହି ଘଟଣା ପରେ ରାହୁଲ ଗାନ୍ଧି କହିଛନ୍ତି, ‘ଆକ୍ରମଣରେ ଆମର କାର୍ ଭାଙ୍ଗିଯାଇଛି। କିନ୍ତୁ ଆମଯାତ୍ରା ବାଧାପ୍ରାପ୍ତ ହେବ ନାହିଁ ଏବଂ ‘ଇଣ୍ଡିଆ’ ମେଣ୍ଟ ମୁଣ୍ଡ ନୁଆଁଇବ ନାହିଁ।’

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button